ଭୁଲରେ ଯଦି କଙ୍କଡ଼ାକୁ ମାରିଦିଅନ୍ତି ତେବେ ଦେବାକୁ ପଡ଼ିବ ମୋଟା ଅଙ୍କର ଜୋରିମାନା

ଯେଉଁଠି କଙ୍କଡ଼ାଙ୍କ ସୁରକ୍ଷା ପାଇଁ ଗାଡ଼ି ଚଳାଚଳ ବନ୍ଦ କରିବାକୁ ପଡ଼େ । ଆଉ ଭୁଲରେ ଯଦି କଙ୍କଡ଼ାକୁ ମାରିଦିଅନ୍ତି ଦେବାକୁ ପଡ଼େ ମୋଟା ଅଙ୍କର ଜରିମାନା । ଇଏ ଏଣିତି ସେମିତି କଙ୍କଡ଼ା ନୁହେଁ ନାଲି କଙ୍କଡ଼ା । ଯାହା ପୁରୀ ସାତକୋଶିଆ ଠାରେ କିଛି ମାତ୍ରାରେ ଦେଖା ଦିଅନ୍ତି ।

କିନ୍ତୁ ଅଷ୍ଟ୍ରେଲିଆର କୁଇନସଲ୍ୟାଣ୍ଡ ନିକଟସ୍ଥ କ୍ରିସମାସ ଦ୍ୱୀପ ନାଲି କଙ୍କଡ଼ା ପାଇଁ ପ୍ରସିଦ୍ଧ । ଏଠାରେ ସ୍ଥାନୀୟ ଅଞ୍ଚଳରୁ ନିୟମିତ ଭାବେ ଆସନ୍ତି ହଜାର ହଜାର ପର୍ଯ୍ୟଟକ । ଆଉ ପର୍ଯ୍ୟଟକଙ୍କ ଭିଡ଼ ପଛର ମୁଖ୍ୟ କାରଣ ହେଉଛି ଏହି ଅଞ୍ଚଳରେ ହେଉଥିବା ଲାଲ କଙ୍କଡ଼ାଙ୍କ ଭିଡ଼ ଓ ପ୍ରାକୃତିର ସୌନ୍ଦର୍ଯ୍ୟ ।

ତେଣୁ ଏହାକୁ କ୍ରାବ ଆଇଲ୍ୟାଣ୍ଡ ମଧ୍ୟ କୁହାଯାଏ । ବର୍ଷର ସବୁ ସମୟରେ ସେଠାରେ ଘର, ରେସ୍ତୋରାଁ, ରାସ୍ତାଘାଟରେ ଏହି ଲାଲ କଙ୍କଡ଼ା ଦେଖାଯାଆନ୍ତି ।

କିନ୍ତୁ ଏକ ନିର୍ଦ୍ଧିଷ୍ଟ ସମୟରେ ଏମାନଙ୍କ ସଂଖ୍ୟା ବଢିଥାଏ । ଯାହା ଫଳରେ ରାସ୍ତାଘାଟରେ ଚାଲିବା କାଠିକର ପାଠ ହୋଇଯାଏ ।

୨୮୦ ହେକ୍ଟର ପରିସାମାବ୍ୟାପ୍ତ ଏହି କଙ୍କଡ଼ା ଦ୍ୱୀପରେ କଙ୍କଡ଼ାଙ୍କ ସଂଖ୍ୟା ବଢିଲେ ରାସ୍ତାଘାଟରେ ଯାନବାହନ ଚଳାଚଳ ସାଧାରଣ ବନ୍ଦ କରିବାକୁ ପଡ଼ିଥାଏ । ଏନେଇ ସ୍ଥାନୀୟ ମେୟର କଡ଼ା କଟକଣା କରିଥାନ୍ତି । ଯାନ ଚଳାଚଳ ସମୟରେ ଯଦି କୋଣସି କଙ୍କଡ଼ା ଗାଡ଼ି ତଳେ ଆସି ମରିଯାଆନ୍ତି , ତେବେ ଚାଳକଙ୍କୁ ମୋଟା ଆକାରରେ ଜୋରିମାନ ଦେବାକୁ ପଡ଼ିଥାଏ ।

Leave a Reply