ମଧ୍ୟରାତ୍ରିରେ ଧରାବତରଣ କଲେ ପ୍ରଭୁ ଯୀଶୁ

1 min read

ଭୁବନେଶ୍ୱର: ଆଜି ପବିତ୍ର ବଡ଼ଦିନ । ସଜେଇ ହୋଇଛି ସମସ୍ତ ଚର୍ଚ୍ଚ । ଗତକାଲି ମଧ୍ୟରାତ୍ରୀରେ ଧରାବତରଣ କରିଛନ୍ତି ପ୍ରଭୂ ଯୀଶୁ । ବିଭିନ୍ନ ରଙ୍ଗର ଆଲୋକ ମାଳାରେ ଝଲସୁଛି ଚର୍ଚ୍ଚ । କଟକଣାକୁ ଦୃଷ୍ଟିରେ ରଖି ଏଥର ନିରାଡମ୍ବର ଭାବେ ବଡ଼ଦିନ ପାଳିତ ହେଉଛି । ଚର୍ଚ୍ଚ ମଧ୍ୟରେ ମାତ୍ର ୫୦ଜଣ ଲୋକରେ ଉତ୍ସବ ପାଳିବାକୁ ଅନୁମତି ମିଳିଛି । ବିଭିନ୍ନ ଚର୍ଚ୍ଚରେ କେକ୍ କାଟି ପ୍ରଭୂ ଯୀଶୁଙ୍କ ଧରାବତରଣ ଖୁସିକୁ ମନାଇଛନ୍ତି ଧର୍ମାବଲମ୍ବି । ଶୋଭାଯାତ୍ରାରେ ସାନ୍ତାକ୍ରୁଜ ବେଶରେ ଶ୍ରଦ୍ଧାଳୁ ମାନେ ଉତ୍ସବ ମନାଉଛନ୍ତି । କେତେକ ଚର୍ଚ୍ଚରେ ଭର୍ଚୁଆଲ ପ୍ରାର୍ଥନାରେ ଯୋଗଦେଇ ପୂଜାର୍ଚ୍ଚନା କରାଯାଇଛି । ବାଇବେଲ ଅନୁସାରେ ଯୀଶୁ ଭଗବାନଙ୍କ ସନ୍ତାନ । ଯିଏ ପୃଥିବୀରେ ପ୍ରେମ ଓ ସଦ୍‌ଭାବନାର ବାର୍ତ୍ତା ଦେଇଥିଲେ । ସେଥିପାଇଁ ଡିସେମ୍ବର ୨୫ରେ ଦିବ୍ୟଯଜ୍ଞ ମାଧ୍ୟମରେ ଭଗବାନଙ୍କୁ ସିଧାସଳଖ ଧନ୍ୟବାଦ ଦିଆଯାଇଥାଏ ।

ଅନ୍ୟପକ୍ଷରେ ପବିତ୍ର ବଡ଼ଦିନ ଅବସରରେ ବାଲୁକାକଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ନୀଳାଦ୍ରି ବିଚରେ ଗଢିଛନ୍ତି ବିଶାଳ ବାଲୁକାକୃତି । ୫୦ ଫୁଟ ଲମ୍ବ ଓ ୨୮ ଫୁଟ ଚଉଡାର ବାଲୁକା କଳାର ଉଚ୍ଚତା ରହିଛି ୧୫ଫୁଟ । ଏହି କଳା ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବ ବୋଲି ଆଶା ରହିଛି ।

Leave a Reply