ଚିତ୍ତ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ରିମାଣ୍ଡରେ ୨ ଅଭିଯୁକ୍ତ

ପୁରୀ:  ବହୁ ଚର୍ଚ୍ଚିତ ଚିତ୍ତରଞ୍ଜନ ପଲେଇ ହତ୍ୟାକାଣ୍ଡ ମାମଲା ।  ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍ ।  ଅଭିଯୁକ୍ତ ଜଗନ୍ନାଥ ଷଡ଼ଙ୍ଗୀ ଓ ଅଶୋକ ଉପାଧ୍ୟାୟ ରିମାଣ୍ଡରେ ଯାଇଛନ୍ତି  । ସେପଟେ ଅଭିଯୁକ୍ତ ଦ୍ୱୟଙ୍କୁ ୭ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ହେଲେ ଉଭୟଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ ।

ଗତକାଲି ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା କ୍ରାଇମବ୍ରାଞ୍ଚ । ଘଟଣାକୁ ନେଇ ତଦନ୍ତ ସମୟରେ ପ୍ରଥମଥର ପାଇଁ ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ  । ଅଭିଯୁକ୍ତ ଜଗନ୍ନାଥ ଷଡ଼ଙ୍ଗୀ ଓ ଅଶୋକ ଉପାଧ୍ୟାୟଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲା  । ଚିତ୍ତରଞ୍ଜନ ପଲେଇ ହତ୍ୟା ମାମାଲାକୁ ସ୍ପଷ୍ଟ କରିଥିଲେ ମଧ୍ୟ ଏହାର କାରଣ କହିନଥିଲେ କ୍ରାଇମବ୍ରାଞ୍ଚ ଡ଼ିଏସପି ଶିଶିର ମିଶ୍ର  ।

ଚିତ୍ତରଞ୍ଜନ  ଘଟଣା ଏକ ହତ୍ୟା ବୋଲି ସ୍ପଷ୍ଟ କରିବା ସହ ଏଥିରେ କେବଳ ଦୁଇ ନୁହଁନ୍ତି  । ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଥିବା ଉଲ୍ଲେଖ କରିଥିଲେ ଶିଶିର ମିଶ୍ର  । ସେପଟେ ନିଖୋଜ ଦିନ ରାତିରେ ଭୋଜିଭାତ ହୋଇଥିଲା । ଏବଂ ସେହିଦିନ ହିଁ ହତ୍ୟା ହୋଇଥିବା କ୍ରାଇମବ୍ରାଞ୍ଚ କହିଛି  । ସମସ୍ତ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି । ମୋଟ ୫ ଜଣକ ପଲିଗ୍ରାଫ ଟେଷ୍ଟ କରାଯାଇଛି । ଆଜି ଦୁଇ ଦିନିଆ ରିମାଣ୍ଡରେ ଦୁଇ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ନେଇଛି  ।

Leave a Reply