ଚାକିରି କାହିଁ ପ୍ରଶ୍ନ କରିବାରୁ ଯୁବକଙ୍କ କାର୍ ଭାଙ୍ଗିଦେଲେ କଂଗ୍ରେସ କର୍ମୀ

1 min read
Chiranjib Biswal Supporters Broken Youth Car For Job Questioning

ଜଗତସିଂହପୁର: ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳଙ୍କ ନିଜ ଅଞ୍ଚଳରେ ନିଜ ଜନ ସମ୍ପର୍କ ଅଫିସ୍ ସାମ୍ନାରେ କଂଗ୍ରେସ କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି, ଭାଙ୍ଗିଦେଲେ ଗାଡ଼ି । ନୂଆବର୍ଷରେ ଆଜି କଂଗ୍ରେସ କର୍ମୀ ଓ ଲୋକଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଚିରଞ୍ଜୀବ ବିଶ୍ୱାଳ ପହଞ୍ଚିଥିଲେ । ଜଗତସିଂହପୁର ସିପି ସ୍ଥିତ ଜନସମ୍ପର୍କ ଅଫିସରେ ଏହି କାର୍ଯ୍ୟକ୍ରମ ଚାଲିଥିଲା । ହଠାତ୍ ଦୁଇଜଣ ଯୁବକ ଏକ କାର୍‌ରେ ଆସି ଅଫିସ୍‌ ସମ୍ମୁଖରେ ପାଟିତୁଣ୍ଡ କରିଥିଲେ । ଆମ ଦଳ ପାଇଁ କ’ଣ କରିଛ ? ଆମକୁ ଚାକିରି ଦେବ ବୋଲି କହିଥିଲ… କୁଆଡ଼େ ଗଲ ବୋଲି ପ୍ରଶ୍ନ  କରିଥିଲେ ।

Chiranjib Biswal Supporters Broken Youth Car For Job Questioning

ଏହାପରେ ଦୁଇ ଯୁବକଙ୍କ କାର୍‌ ଉପରେ ଆରମ୍ଭ ହୋଇଗଲା ଆକ୍ରମଣ । ଦୁଇ ଯୁବକଙ୍କ କାର୍‌କୁ କଂଗ୍ରେସ କର୍ମୀ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଜଗତସିଂହପୁର ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା । ଘଟଣା ସମ୍ପର୍କରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ କହିଛନ୍ତି- ଅନ୍ୟ ଦଳର କର୍ମୀ ଏହି ଘଟଣା ଘଟାଇଛନ୍ତି । ଘଟଣା ଉପରେ ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି ପ୍ରତିକ୍ରିୟା ଦେଇ କହିଛନ୍ତି- କଂଗ୍ରେସର ଗୋଡ଼ ତଳକୁ ଗଲାଣି । କଂଗ୍ରେସ ନେତା କ’ଣ କହିବେ, ତାଙ୍କର କ’ଣ ଆଉ କିଛି ଅଛି କି ବୋଲି ପ୍ରଶାନ୍ତ ମୁଦୁଲି କହିଛନ୍ତି ।

Leave a Reply