ଚିଣ୍ଟୁ ପରିଡ଼ା ହତ୍ୟା ମାମଲା, ୩ ଜଣଙ୍କୁ ଅଟକ ରଖିଛି ପୋଲିସ୍

ଭୁବନେଶ୍ୱର: ଭୁବନେଶ୍ୱର ପ୍ରେସଛକରେ ନିରଂଜନ ଓରଫ ଚିଣ୍ଟୁ ପରିଡ଼ା ହତ୍ୟା ମାମଲା । ଭାଇଗିରି ଓ ଜଣେ ଯୁବତୀଙ୍କୁ କମେଣ୍ଟ ମରାକୁ ନେଇ ଘଟଛି ହତ୍ୟାକାଣ୍ଡ । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସମେତ ୩ ଜଣଙ୍କୁ ଅଟକ ରଖିଛି ସହିଦନଗର ଥାନା ପୋଲିସ । ଅଟକ ରଖିଥିବା ୩ ଜଣ ହେଉଛନ୍ତି ମିଲୁ, ସତ୍ୟ ଓ ଜିତେନ୍ଦ୍ର । ଏଥିସହ ଏହି ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଛୁରୀ, ସ୍କୁଟି ଓ କାର ମଧ୍ୟ ଜବତ କରାଯାଇଛି ।

ଗତକାଲି ମୃତକ ନିରଂଜନ ପରିଡ଼ା, ବିଶାଲ ପାତ୍ରଙ୍କ ସମେତ ୩ ଜଣ ମୋମୋ ଖାଇବକୁ ଯାଇଥିଲେ । ଅଭିଯୁକ୍ତ ମିଲୁ, ସତ୍ୟ ଓ ଜିତେନ୍ଦ୍ର ମଧ୍ୟ ସେଠାରେ ଥିଲେ । କମେଣ୍ଟ ମରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପରେ ସମାଧାନ ହୋଇଥିଲା । କିନ୍ତୁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ପୁଣିଥରେ ବଚସା ହୋଇ ପିଟାପିଟି ହୋଇଥିଲେ । ପାଖରେ ଥିବା ପରିବା ଦୋକାନୀର ଛୁରୀକୁ ନେଇ ନିରଂଜନ ପରିଡା ଓ ବିଶାଲ ପାତ୍ରଙ୍କ ଉପରେ ଆକ୍ରମଣ କରିଥିଲେ ଅଭିଯୁକ୍ତ । ଏହି ୩ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କେହି ପାଖରେ ରଖିଥିବା ଛୁରୀରେ ଚିଣ୍ଟୁକୁ ଛୁରୀ ଭୁସି ଦେଇଥିଲେ । ବିଶାଲ ଓ ଅନ୍ୟ ଜଣେ ଅଟକାଇବା ବେଳେ ଛୁରୀ ମାଡରେ ଆହତ ହୋଇଥିଲେ । ଛୁରୀ ମାଡ ଫଳରେ ଘଟଣାସ୍ଥଳରେ ଚିଣ୍ଟୁର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ଘଟଣାସ୍ଥଳରୁ ବାଇକ ଯୋଗେ ୩ ଅଭିଯୁକ୍ତ ଚମ୍ପଟ ମାରିଥିଲେ । କିନ୍ତୁ ଜଣେ ଅଭିଯୁକ୍ତଙ୍କୁ ସ୍ଥାନୀୟ ଲୋକେ କାବୁ କରିଥିବା ବେଳେ ଆଉ ୨ ଅଭିଯୁକ୍ତଙ୍କୁ ପୋଲିସ ରାତି ସାରା ବିଭିନ୍ନ ଜାଗାରେ ଚଢ଼ାଉ କରି କାବୁ କରିଛି ।

 

Leave a Reply