ଗରିବଙ୍କୁ ମାସ୍କ ଓ ଗୋରୁଙ୍କୁ ଖାଦ୍ୟ ଯୋଗାଉଛନ୍ତି ଚିନ୍ମୟ

ଯୁବ ପିଢିଙ୍କ ନିଆରା ପ୍ରୟାସ । ସାରା ଦେଶ ଏବେ କରୋନା ସଂକ୍ରମଣକୁ ଚିନ୍ତିତ ଥିବା ବେଳେ ସରକାର ଏବଂ ଲୋକମାନେ ଯଥେଷ୍ଟ ସଚେତନ ହୋଇଛନ୍ତି । ଏନେଇ ବର୍ତ୍ତମାନ ରାଜ୍ୟରେ ସରକାର ଲକଡାଉନର ଘୋଷଣା କରିଛନ୍ତି । ଏହାକୁ ନେଇ ଗାଁଠୁ ସହର ସବୁଠାରେ ନିସ୍ତବ୍ଦର ସ୍ୱର ଗୁଞ୍ଜରି ଉଠୁଛି, ସବୁଠି ଖାଁ ଖାଁ । ଭୟରେ ପୂରା ଦେଶ, ଏଭଳି ପରିସ୍ଥିତିରେ ବାହାର ରାଜ୍ୟରୁ ଘରକୁ ଫେରୁଥିବା ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାରଣ ଘରପାଖ ସାହିପଡ଼ିଶା ଏମାନଙ୍କୁ ଏକ ପ୍ରକାର ଘୁଣ୍ୟ ଦୃଷ୍ଟିରେ ଦେଖୁଛନ୍ତି । ତେବେ ସେମାନଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ଚିନ୍ମୟ ମହାପାତ୍ର । ତେଲଙ୍ଗାପେଣ୍ଠ ଗୋ’ସେବା କେନ୍ଦ୍ର ନାମକ ଏକ ଗୋଷ୍ଠି ଚଳାଉଥିବା ଚିନ୍ମୟ ନିଜର ଇଚ୍ଛା ଏବଂ ସହଭାଗିଙ୍କ ଉଦ୍ୟମ କ୍ରମେ ଅନ୍ୟ ରାଜ୍ୟରୁ ଫେରୁଥିବା ଲୋକମାନଙ୍କ ସୁରକ୍ଷା ଦେବାକୁ ଅଣ୍ଟା ଭିଡ଼ିଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପରିକ୍ଷା କରିବାକୁ ଏସସିବି ନେଇ ସେଠାରେ ସେମାନଙ୍କୁ ସ୍ୱାସ୍ଥ୍ୟ ଅବସ୍ତା ଯାଞ୍ଚ କରାଉଛନ୍ତି । ଏହାସହ ମାସ୍କକୁ ସମସ୍ତ ଗରିବ ଶ୍ରେଣୀର ଲୋକମାନଙ୍କ ପାଖରେ ପହଞ୍ଚେଇବାରେ ସକ୍ଷମ ହେଉଛନ୍ତି ।

କେବଳ ସେତିକି ନୁହେଁ ଲକଡାଉନ ପାଇଁ ବନ୍ଦ ହୋଇଯାଇଛି ରେସ୍ତୁରାଣ୍ଟ ଏବଂ ହୋଟେଲ, ଫଳରେ ବୁଲା କୁକୁର ଏବଂ ଗାଇଙ୍କୁ ଖାଦ୍ୟ ମିଳୁନି । ଏଭଲି ପରିସ୍ଥିତି  ଦୃଷ୍ଟିରେ ରଖି ତେଲେଙ୍ଗାପେଣ୍ଠ ଗୋ ସେବା କେନ୍ଦ୍ର ଏକ ଭିନ୍ନ ପ୍ରୟାସ କରିଛି । ପ୍ରତିଦିନ ନିଜ ପାଇଁ ଖାଇବା ପ୍ରସ୍ତୁତ କରୁଥିବା ବେଳେ ୨ଟି ଅଧିକ ରୁଟି ତିଆରି କରିବାକୁ ଏହି ଗୋଷ୍ଠି ଡାକରା ଦେଇଛି ।  ଜଣେ ଦାନ ଦେଉଥିବା ଦୁଇ ପଟ ରୁଟି ବୁଲା କୁକୁରଙ୍କୁ ଦିଆଯିବ ।

Leave a Reply