ଆମେରିକା ଆକାଶରେ ଘୂରୁଛି ସନ୍ଦିଗ୍ଧ ସ୍ପାଏ ବେଲୁନ, ଟ୍ରାକ କରୁଛି ଗୋପନ ଅସ୍ତ୍ରସ୍ଥଳୀ ଓ ଆଣବିକ ସାଇଟ

ନୂଆଦିଲ୍ଲୀ: ସନ୍ଦିଗ୍ଧ ସ୍ପାଏ ବେଲୁନକୁ ନେଇ ସତର୍କ ଆମେରିକୀୟ ପେଣ୍ଟାଗନ । ଆମେରିକାର ବିଭିନ୍ନ ନ୍ୟୁକ୍ଲିୟର ଅସ୍ତ୍ରସ୍ଥଳୀଗୁଡିକୁ ଚୀନର ସ୍ପାଏ ବେଲୁନ ଟ୍ରାକ କରୁଥିବା ଆଶଙ୍କା କରି ସତର୍କ ହୋଇଛି ଆମେରିକା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରାମର୍ଶ କ୍ରମେ ଏହି ବେଲୁନକୁ ଖସାଇବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ଲିଡ୍ ଅଷ୍ଟିନ ଓ ତୁଙ୍ଗ ସାମରିକ ଅଧିକାରୀ ଚିନ୍ତା କରୁଥିବା ସତ୍ତ୍ବେ ଧନଜୀବନ ହାନି ଆଶଙ୍କା କରି ଏହି ପଦକ୍ଷେପ ନିଆଯାଇପାରୁନାହିଁ ।

ଭୂଗର୍ଭସ୍ଥ ଅସ୍ତ୍ରାଗାର, ଏୟାରବେସ, ଷ୍ଟ୍ରାଟେଜିକ ମିସାଇଲ ଆଦି ଗଚ୍ଛିତ ରହିଥିବା ଆମେରିକାର ଉତ୍ତର ପଶ୍ଚିମାଞ୍ଚଳରେ ଏହି ବେଲୁନ ଉଡ଼ିଥିବା ଆଶଙ୍କା କରାଯାଉଛି । ଏହି ସନ୍ଦିଗ୍ଧ ବେଲୁନ ଅନେକ ଗୁରୁତ୍ବପୂର୍ଣ୍ଣ ସ୍ଥଳୀକୁ ନଜରରେ ରଖିଛି ବୋଲି ବିଚାର କରାଯାଉଛି । ଗତ କିଛିଦିନ ଧରି ଆମେରିକା ଆକାଶରେ ଏହି ବେଲୁନ ପ୍ରବେଶ କରି ଟ୍ରାକିଂ ପ୍ରକ୍ରିୟା ଜାରି ରଖିଥିବା କୁହାଯାଇଛି ।