spot_img

Latest Posts

ଚାରି ସପ୍ତାହ ମଧ୍ୟରେ କରୋନା ମାମଲା ହ୍ରାସ ପାଇବ ! ଦାବି କଲେ ଚୀନ୍ ବୈଜ୍ଞାନିକ

ବେଜିଂ: ଆସନ୍ତା ଚାରି ସପ୍ତାହ ମଧ୍ୟରେ ସମଗ୍ର ବିଶ୍ୱ ବଦଳିଯିବ  ବୋଲି ଚୀନ୍‌ର ସବୁଠୁ ବଡ କରୋନା ଭାଇରସ ବିଶେଷଜ୍ଞ ଦାବି କରିଛନ୍ତି। କରୋନା ଭାଇରସର କୌଣସି ମାମଲା ସାମ୍ନାକୁ ଆସିବ ନାହିଁ । ଏହା ସେ ପୂର୍ବାନୁମାନ କରି କହୁଛନ୍ତି । ଚୀନରେ ମଧ୍ୟ ଆଉ କେହି କରୋନା ସଂକ୍ରମିତ ହେବେ ନାହିଁ। ୮୩ ବର୍ଷିୟ ଡକ୍ଟର ଜୋଙ୍ଗ କହିଛନ୍ତି ଯେ, ସେମାନେ ସେଠାରେ ମନିଟରିଂ ସିଷ୍ଟମକୁ ମଜବୁତ କରିଛନ୍ତି ।

ଡକ୍ଟରଙ୍କ କହିବା ଅନୁସାରେ, କରୋନା ଭୂତାଣୁ ମୁକାବିଲା ପାଇଁ କେବଳ ଦୁଇଟି ଉପାୟ ରହିଛି। ପ୍ରଥମ ହେଉଛି କରୋନା ପ୍ରଭାବିତ ସଂଖ୍ୟା ସର୍ବନିମ୍ନ ସ୍ତରକୁ ନେବା ଓ ଏହାର ସଂକ୍ରମଣକୁ ରୋକିବା । ଏହା ଦ୍ୱାରା ସେମାନଙ୍କୁ ଭ୍ୟାକ୍ସିନ୍ ତିଆରି କରିବା ପାଇଁ ସମୟ ମିଳିବ । ଫଳରେ ଏହି ରୋଗକୁ ଦୂର କରିବାରେ ସମର୍ଥ ହେବା । ଦ୍ୱିତୀୟ ଉପାୟ ହେଉଛି ସଂକ୍ରମଣକୁ ବିଳମ୍ବ କରିବା ଏବଂ ବିଭିନ୍ନ ଉପାୟରେ କିଛି ରୋଗୀଙ୍କ ସଂଖ୍ୟା ହ୍ରାସ କରିବା। ଅଧିକାଂଶ ଦେଶ କରୋନାକୁ ନେଇ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ଉପାୟ ଆପଣାଇଲେ, ସେ ଆଶା କରୁଛନ୍ତି ଯେ ଆସନ୍ତା ଚାରି ସପ୍ତାହ ମଧ୍ୟରେ ନୂଆ ମାମଲା ଆସିବା ବନ୍ଦ ହୋଇଯିବ।

ତେବେ ନିକଟରେ ଏକ ଖବର ଶୁଣିବାକୁ ମିଳିଥିଲା ଯେ, ଚୀନରେ ଆହୁରୀ ଲକ୍ଷ ଲକ୍ଷ ସାଇଲେଣ୍ଟ କରୋନା ରୋଗୀ ଅଛନ୍ତି। ଯେଉଁମାନଙ୍କ ବିଷୟରେ ଏଯାଏଁ ଖୁଲାସା ହୋଇନାହିଁ । ହେଲେ ଏହା ମିଥ୍ୟା ବୋଲି କହିଛନ୍ତି ଚୀନର ଡାକ୍ତର । ସେଠାରେ ସମସ୍ତ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଯେଉଁମାନଙ୍କର କରୋନା ସଂକ୍ରମଣ ଅଛି କିନ୍ତୁ ଲକ୍ଷଣ ଦେଖାଯାଉ ନାହିଁ , ସେମାନଙ୍କୁ ଏସିମ୍ପ୍ଟୋମେଟିକ୍ ମାମଲା କୁହାଯାଏ ।

ଏସିମ୍ପ୍ଟୋମେଟିକ୍ ମାମଲାରୁ ସଂକ୍ରମଣ ହେବାର ଆଶଙ୍କା ଚାଇନାରେ ଅଧିକ ନୁହେଁ। କାରଣ ଏପର୍ଯ୍ୟନ୍ତ ସେମାନେ ଏହାର କୌଣସି ପ୍ରମାଣ ପାଇ ନାହାଁନ୍ତି । ଡାକ୍ତର କହିଛନ୍ତି ଯେ, ଏହି ରୋଗରୁ ମୁକ୍ତି ପାଇଥିବା ରୋଗୀମାନେ ପୁଣିଥରେ ଅସୁସ୍ଥ ହେବାର ସମ୍ଭାବନା ମଧ୍ୟ ବହୁତ କମ୍ । ଯଦି ଏମିତି କୌଣସି ମାମଲା ଆସେ, ତେବେ ସେମାନଙ୍କଠାରୁ ସଂକ୍ରମଣ ହେବାର ଆଶଙ୍କା ଅତ୍ୟନ୍ତ କମ୍ ଥାଏ । କାରଣ ସେମାନଙ୍କ ଶରୀରରେ ପୂର୍ବରୁ ଆଣ୍ଟିବଡି ଥାଏ, ଯେଉଁଥିପାଇଁ ଶରୀର ଭାଇରସ ଦ୍ୱାରା ପ୍ରଭାବିତ ହେବ ନାହିଁ ।

Latest Posts

Don't Miss