ଖସୁଛି ଚୀନ ରକେଟ, ଯେ କୌଣସି ସ୍ଥାନରେ ପଡ଼ିପାରେ
1 min readନୂଆଦିଲ୍ଲୀ: ଖସୁଛି ଚୀନ ନିର୍ମିତ ରକେଟ । ପୃଥିବୀର ଯେ କୌଣସି ସ୍ଥାନରେ କରିପାରେ କ୍ରାସ । ବାୟୁମଣ୍ଡଳରେ ଏହା ଘୂରିବା ସହ କୌଣସି ମୁହୂର୍ତ୍ତରେ ଏହା ଖସିବା ଆଶଙ୍କା ରହିଛି ।
ଗତ ୨ ବର୍ଷ ମଧ୍ଯରେ ଚତୁର୍ଥ ଥର ଲାଗି ଏହି ଧରଣର ଘଟଣା ଘଟିବାକୁ ଯାଉଛି । ଏହି ରକେଟ ଏବେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ସୂଚନା ମିଳିଛି । ଏହି ରକେଟ ଖସିପଡ଼ିବା ଘଟଣାରେ ଚୀନକୁ ସମାଲୋଚନା କରିଛନ୍ତି ଆମେରିକା ଓ ୟୁରୋପ ।
ରକେଟ ଖସିପଡିବା ଘଟଣା ପ୍ରତି ୧୦ ହଜାରରେ ଗୋଟିଏ ହୋଇଥିବାବେଳେ ଚୀନ କ୍ଷେତ୍ରରେ ଏହା କାହିଁକି ଘଟୁଛି ବୋଲି ଦୁଇ ରାଷ୍ଟ୍ର ପ୍ରଶ୍ନ କରିଛନ୍ତି । ଲଙ୍ଗ ମାର୍ଚ୍ଚ ୫-ବି ରକେଟକୁ ଗତ ଅକ୍ବୋବର ୩୧ ତାରିଖରେ ଲଞ୍ଚ କରାଯାଇଥିଲା । ଚୀନର ସ୍ପେସ୍ ଷ୍ଟେସନ ତିଆଙ୍ଗଗଙ୍ଗରେ ଏହା ରହିବାର ଥିଲା । ମାତ୍ର ଲଞ୍ଚ ହେବା ପରେ ପରେ ଏହା କକ୍ଷଚ୍ୟୁତ ହୋଇଥିଲା ।