ସତ ଲୁଚାଉଛି ଚୀନ,୩ ହଜାର ନୁହେଁ ମରିଛନ୍ତି ୪୦ ହଜାରରୁ ଅଧିକ !

କରୋନା ଭାଇରସକୁ ନେଇ ଚୀନ ମୁଳରୁ ବିଶ୍ୱକୁ ଭ୍ରମିତ କରି ଆସୁଛି । ବିଳମ୍ବରେ ଏହି ଭାଇରସ ବାବଦରେ ଦୂନିଆକୁ ସୂଚିତ କରି ଚୀନ୍ ବାକି ଦେଶଙ୍କ ମୁସ୍କିଲ ବଢାଇ ଦେଇଛି । ଅଭିଯୋଗ ହେଉଛି ଯେ,ଏହି ଭାଇରସ ଲାବରେ ତିଆରି ହୋଇଥିଲା । ଜୈବିକ ଅସ୍ତ୍ର ଭାବେ ଚୀନ୍ ଏହାକୁ ତିଆରି କରୁଥିଲା । ଭୁଲରେ କିମ୍ବା ଜାଣିଶୁଣି ଏହା ବାହାରକୁ ଆସିଛି । ଏସବୁ ଭିତରେ ଚୀନରୁ ଧିରେ ଧିରେ ସତ ବାହାରକୁ ଆସିବାରେ ଲାଗିଛି ।

ଚୀନ ନାଗରିକ ନିଜ ସରକାରଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଲେଣି । ଚୀନ ନାଗରିକଙ୍କ ଦାବି ଯେ,୩୩୦୦ ନୁହନ୍ତି ବରଂ ୪୨ ହଜାର ଲୋକ ଏହି ଭାଇରସ ଦ୍ୱାରା ପ୍ରାଣ ହରାଇଛନ୍ତି । ଉହାନ ନାଗରିକଙ୍କ ଅଭିଯୋଗ ଯେ, କେବଳ ସେମାନଙ୍କ ସହରରେ ୪୨ ହଜାର ପ୍ରାଣ ହରାଇଛନ୍ତି ।

ଡେଲି ମେଲର ରିପୋର୍ଟ ଅନୁସାରେ ,ହୁଆଇ ପ୍ରଦେଶର ଅନେକ ବ୍ୟକ୍ତି ହସ୍ପିଟାଲ ଯିବା ପୂର୍ବରୁ ହିଁ ନିଜ ଘରେ ପ୍ରାଣ ହରାଇଥିଲେ । କେବଳ ଗୋଟିଏ ମାସରେ ୨୮ ହଜାର ଶବଦାହ କରାଯାଇଥିଲା ।

ଉହାନର ସ୍ଥାନୀୟ ଯେତିକି ସଂଖ୍ୟାରେ ଲୋକ ମରିଥିବା କହୁଛନ୍ତି ତାହା ସରକାରୀ ହିସାବଠାରୁ ୧୦ ଗୁଣ ଅଧିକ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୁରା ବିଶ୍ୱକୁ ଆତଙ୍କିତ କରି ରଖିଥିବା କରୋନା ଭାଇରସର ଜନ୍ମ ଉହାନରୁ ହୋଇଥିଲା ।

ଉହାନର ବିଭିନ୍ନ ଶବଦାହ ଗୃହ ପ୍ରତିଦିନ ପରିଜନଙ୍କୁ ୫ଶହ ଅସ୍ଥିକଳସ ଦେଉଥିବା ସ୍ଥାନୀୟ ଲୋକ ଦାବି କରୁଛନ୍ତି । ଉହାନରେ ମୋଟ ୭ଟି ଶବଦାହ ଗୃହ ରହିଛି । ପ୍ରତି ଶବଦାହ ଗୃହରୁ ଯଦି ୫୦୦ ଅସ୍ଥିକଳସ ବାହାରୁଛି ତେବେ ମୋଟ ୩୫ ହଜାର ଲୋକଙ୍କ ଶବ ସତ୍କାର ହୋଇଥିବା ଆଶଙ୍କା କରାଯାଉଛି ।

ହୁକୋଉଁ,ବୁଚାଙ୍ଗ୍ ଓ ହାନ୍ୟାଙ୍ଗରେ ରହୁଥିବା ମୃତକଙ୍କ ପରିବାରକୁ ଅସ୍ଥିକଳଶ ଏପ୍ରିଲ ୫ ତାରିଖରେ ମିଳିବ ବୋଲି କୁହାଯାଇଛି । ଡେଲି ମେଲ୍ ରିପୋର୍ଟ ଅନୁସାରେ ଏହାର ଅର୍ଥ ହେଉଛି  ୧୨ ଦିନରେ ୪୨ ହଜାର ଲୋକଙ୍କ ଅସ୍ଥିକଳଶ ବଣ୍ଟାଯିବ ।

 

Leave a Reply