spot_img

Latest Posts

ଭାରତର ଭ୍ୟାକସିନ୍ ଉପରେ ଚୀନର ନଜର, ଟିକା ଫର୍ମୁଲା ଚୋରି ପାଇଁ ପ୍ରୟାସ

ନୂଆଦିଲ୍ଲୀ: ଚାଇନାର ଏକ ହ୍ୟାକିଂ ଦଳ ଗତ ସପ୍ତାହରେ ଭାରତର କରୋନା ଟିକା ନିର୍ମାତାଙ୍କ ଆଇଟି ସିଷ୍ଟମକୁ ଟାର୍ଗେଟ କରିଥିବା ନେଇ ସାଇବର ଗୁପ୍ତଚର ସଂସ୍ଥା ସାଇଫର୍ମା ପକ୍ଷରୁ ସୂଚନା ମିଳିଛି ।

ଉଭୟ ଚାଇନା ଓ ଭାରତ କରେନା ଟିକା ଉତ୍ପାଦନ କରି ଅନେକ ଦେଶକୁ କୋଭିଡ-୧୯ ସଟ୍ ଯୋଗାଉଛନ୍ତି । ବିଶ୍ୱରେ ବିକ୍ରି ହେଉଥିବା ଟିକା ମଧ୍ୟରୁ ଭାରତ ୬୦ ପ୍ରତିଶତରୁ ଅଧିକ ଟିକା ଉତ୍ପାଦନ କରୁଛି।

ସିଙ୍ଗାପୁର ଏବଂ ଟୋକିଓରେ ଅବସ୍ଥିତ ସାଇବର ଇଣ୍ଟେଲିଜେନ୍ସ ଫାର୍ମ ସାଇଫର୍ମା କହିଛି ଯେ, ଷ୍ଟୋନ୍ ପାଣ୍ଡା ନାମରେ ଜଣାଶୁଣା ଚାଇନାର ହ୍ୟାକିଂ ଗ୍ରୁପ୍ APT10, ଭାରତ ବାୟୋଟେକ୍ ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଆଇଟି ଇନଫ୍ରାଷ୍ଟ୍ରକଚର ଓ ସପ୍ଲାଇ ଚେନ୍ ସଫ୍ଟଓ୍ୱେୟାରର ଦୁର୍ବଳତା ଖୋଜିବାକୁ ପ୍ରୟାସ କରିଛି ।

ବ୍ରିଟିଶ ବୈଦେଶିକ ଗୁପ୍ତଚର ଏଜେନ୍ସି MI6 ସହିତ ସାଇଫର୍ମା ମୁଖ୍ୟ କାର୍ଯ୍ୟନିର୍ବାହୀ କୁମାର ରିତେଶ କହିଛନ୍ତି ଯେ ଭାରତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକ ଉପରେ ପ୍ରତିଯୋଗିତାମୂଳକ ସୁବିଧା ପାଇବା ପାଇଁ ଏଭଳି କରାଯାଉଛି। APT10 ଖାସକରି SIIକୁ ଟାର୍ଗେଟ କରୁଛି । ଯିଏକି ଅନେକ ଦେଶ ପାଇଁ ଆଷ୍ଟ୍ରାଜେନେଙ୍କା ଟିକା ପ୍ରସ୍ତୁତ କରୁଛି ଏବଂ ଖୁବ୍ ଶୀଘ୍ର ନୋଭାଭ୍ୟାକ୍ସ ସଟ ଉତ୍ପାଦନ ଆରମ୍ଭ କରିବ ।

ତେବେ ଚୀନ୍‌ର ବୈଦେଶିକ ମନ୍ତ୍ରଣାଳୟ ଏନେଇ କୌଣସି ମତାମତ ଦେଇ ନାହିଁ। ସେହିପରି SII ଏବଂ ଭାରତ ବାୟୋଟେକ୍ କିଛି କହିବାକୁ ମନା କରି ଦେଇଛନ୍ତି। ସରକାରଙ୍କ ଦ୍ୱାରା ପରିଚାଳିତ କମ୍ପ୍ୟୁଟର ଇମରଜେନ୍ସି ରେସପନ୍ସ ଟିମ୍ ସହ ସାଇଫର୍ମା କହିଛି ଯେ ଏନେଇ ଖୋଜାଖୋଜି ଚାଲିଛି ଏବଂ ତତକ୍ଷଣାତ୍ କିଛି କହିହେବ ନାହିଁ।

ରିତେଶଙ୍କ ଫାର୍ମ ପ୍ରାୟ 750 ସାଇବର ଅପରାଧୀଙ୍କ କାର୍ଯ୍ୟକଳାପ ଏବଂ ଡିସିଫର୍ ନାମକ ଏକ ଉପକରଣ ବ୍ୟବହାର କରି ପ୍ରାୟ ଦୁଇ ହଜାର ହ୍ୟାକିଂ କ୍ୟାମ୍ପେନ୍ ଉପରେ ନଜର ରଖିଛି । ତେବେ APT10 ଭାରତୀୟ କମ୍ପାନୀଗୁଡିକରୁ  ଟିକା ସମ୍ବନ୍ଧୀୟ କ’ଣ ସୂଚନା ପାଇଛି, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Latest Posts

Don't Miss