ଉହାନରେ ପୁଣି କଡ଼ ଲେଉଟାଇଲାଣି କରୋନା: ୯୦ ନୂଆ କରୋନା ସଂକ୍ରମିତ ଚିହ୍ନଟ

ବେଜିଂ: ଉହାନରେ ପୁଣି କଡ଼ ଲେଉଟାଇଲାଣି କରୋନା । ମଙ୍ଗଳବାର ସହରରୁୁ ୯୦ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୧ ଜଣ ସ୍ଥାନୀୟ ଅଞ୍ଚଳର କରୋନା ଆକ୍ରନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ବେଳେ ଦିନକ ପୂର୍ବରୁ ପ୍ରାୟ ୫୫ ଜଣ କରାନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଏହି ନୂଆ ଲହରରେ ନାନଜିଙ୍ଗ ଏୟାରପୋର୍ଟରେ କାର୍ଯ୍ୟରତ କର୍ମଚାରୀଙ୍କ ଠାରେ ପ୍ରଥମେ ସଂକ୍ରମଣ ଦେଖିବାକୁ ମିଳିଛି । ସ୍ଥାନୀୟ କର୍ତ୍ତୃପକ୍ଷ ୯.୨ ମିଲିୟନ ଲୋକଙ୍କୁ ୩ ଥର ଟେଷ୍ଟି କରିବା ସହ ସେଠାରେ ଲକ୍‌ଡାଉନ୍ ଲାଗୁ କରିଛନ୍ତି । ଏଥିସହିତ ଘରକୁ ପ୍ରତ୍ୟାବର୍ତ୍ତନ କରିଥିବା ପ୍ରାୟ ୫ ହଜାର ଲୋକଙ୍କ ଉପରେ ନଜର ରଖିଛି ସ୍ଥାନୀୟ ପ୍ରଶାସନ । ଜିଙ୍ଗଜିଜେ ବର୍ତ୍ତମାନ କରୋନା ସଂକ୍ରମଣର ନୂଆ ସ୍ଥଳୀ ପାଲଟିଥବା ଚାଇନାରେ ଶ୍ୱାସରୋଗ ବିଶେଷଜ୍ଞ କରିଛନ୍ତି । ତେବେ କରୋନାର ଏହି ନୂଆ ଲହର ଚୀନ ରାଜଧାନୀ ବେଜିଂରେ ମଧ୍ୟ ପହଞ୍ଚିଥିବା ସୂଚନା ରହିଛି ।

ସୂଚନା ଯୋଗ୍ୟ ଯେ, ଉହାନରୁ ପ୍ରଥମ କରୋନା ରୋଗୀ ଚିହ୍ନଟ ପରେ ୨୦୧୯ ମସିହାରେ ସମସ୍ତଙ୍କ ନଜର ଆସିଥିଲା ଉହାନ । ବର୍ତ୍ତମାନ ଗତ ୧୦ ଦିନ ମଧ୍ୟରେ ୩ଶହ କରୋନା ସଂକ୍ରମିତ ଚିହ୍ନଟ ଚୀନ ପାଇଁ ମୁଣ୍ଡ ବ୍ୟାଥାର କାରଣ ପାଲଟିଛି । ଦେଶର ପ୍ରାୟ ୧୫ଟି ପ୍ରାନ୍ତରୁ ଏହି ନୂଆ ମାମଲା ସାମ୍ନାକୁ ଆସିଛି । ଏଣୁ ସରକାର କଡ଼ା କଟକଣା ମଧ୍ୟ ଲାଗୁ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ବିଏସ୍‌ଏଫ୍ ଯବାନଙ୍କ ଉପରେ ଆମ୍ୱୁଶ ଆକ୍ରମଣ, ୨ ସୈନିକ ଶହୀଦ

Leave a Reply