ବାଂଲାଦେଶ ଭିସା ନେଇ ଅବୈଧ ଭାବେ ଭାରତ ଆସୁଥିବା ଚୀନ ନାଗରିକ ଗିରଫ
1 min read
ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ସୀମା ପଶ୍ଚିମବଙ୍ଗ ମାଲଦା ଜିଲ୍ଲାର ମିଲିକ ସୁଲତାନପୁରରୁ ଚୀନ ନାଗରିକଙ୍କୁ ଗିରଫ କରାଯାଇଛି । ଚୀନ ନାଗରିକ ଜଣଙ୍କ ସନ୍ଦେହଜନକ ଭାବେ ସୀମା ନିକଟରେ ବୁଲୁଥିଲେ । ହାନ ଜୁନବେ ନାମକ ବ୍ୟକ୍ତି ଅବୈଧ ଭାବେ ଭାରତ ସୀମାରେ ପଶୁଥିବା ଅଭିଯୋଗରେ ବିଏଏସଏଫ ଧରିଛି । ଜୁନବେ ବାଂଲାଦେଶ ଭିସା ନେଇ ଭାରତ ଆସୁଥିଲା । ବିଏଏସଏଫ ଚୀନ ନାଗରିକଙ୍କୁ ଗିରଫ କରିବା ସହ ପୋଲିସକୁ ହସ୍ତାନ୍ତର କରିଛି । ତା ନିକଟରୁ କ୍ୟାମେରା ଓ ଲାପଟପ୍ ଜବତ କରାଯାଇଛି ।
ଦୁଇ ଦିନ ତଳେ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ ୨ ଜଣ ରୋହିଙ୍ଗ୍ୟାଙ୍କୁ ଗିରଫ କରିଥିଲା । ସେମାନେ ମଧ୍ୟ ଅବୈଧ ଭାବେ ଭାରତରେ ପ୍ରବେଶ କରୁଥିଲେ । ଉଭୟଙ୍କୁ ସୋମବାର ସନ୍ଧ୍ୟାରେ ଗାଜିଆବାଦରୁ ଗିରଫ କରିଥିଲା ଏଟିଏସ୍ । ଏଟିଏଅସର ସୂଚନା ପ୍ରକାରେ, ନୂର ଆଲମ ଓ ଆମିର ହୁସେନ୍ ମୂଳ ରୂପରେ ମିଆଁମାରର ବାସିନ୍ଦା । ନୂର ଆଲମ ମେରଠ ଜିଲ୍ଲାର ଦରବାର ଲବର ଖାସ ଓ ଆମିର ହୁସେନ୍ ଦିଲ୍ଲୀର ଖଜୁରୀ ଖାସ ଅଞ୍ଚଳରେ ରହୁଥିଲେ ।