ଟିକ୍ଟକ୍ ବ୍ୟାନ୍ ନେଇ ସୁପ୍ରିମ୍କୋର୍ଟରେ ମାମଲା, ବରିଷ୍ଠ ଆଇନଜୀବୀ କହିଲେ ଏମତି କଥା…
1 min readଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ଉପରେ ଚୀନ୍ର ଉତ୍ପାତ ପରେ ସାରା ଭାରରେ ଏହା ବିରୋଧରେ କ୍ରୋଧର ବହ୍ନୀ ଲିଭିବାର ନାଁ ଧରୁନି । ସୋମବାର ରାତିରେ ଭାରତ ସରକାର ୫୯ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଯାହାକି ଚୀନ୍କୁ ଏକ ବଡ଼ ଝଟ୍କା ଲାଗିଛି । ଚୀନ୍ କମ୍ପାନୀଗୁଡିକ ବିରୋଧରେ ଜନସାଧାରଣଙ୍କ ରାଗ ଓ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ପରେ ଏବେ ସୁପ୍ରିମ୍କୋର୍ଟ ଓକିଲଙ୍କଠାରେ ମଧ୍ୟ ଦେଖିବାକୁ ମିଳିଛି ଏହାର ପ୍ରଭାବ । ପୂର୍ବତନ ଆଟର୍ଣ୍ଣି ଜେନେରାଲ୍ ମୁକୁଲ ରୋହତଗୀ ଟିକ୍ଟକ୍ କମ୍ପାନୀ ସପକ୍ଷରେ ସୁପ୍ରିମକୋର୍ଟରେ କେସ୍ ଲଢ଼ିବାକୁ ମନା କରି ଦେଇଛନ୍ତି ।
ବରିଷ୍ଠ ଆଡ୍ଭୋକେଟ୍ ମୁକୁଲ ରୋହତଗି ସୁପ୍ରିମକୋର୍ଟରେ ଟିକ୍ଟକ୍ ପାଇଁ ଓକିଲାତି କରୁଥିବାବେଳେ ସେ ଭାରତ ସରକାରଙ୍କ ବିରୋଧରେ ଯୁକ୍ତି ଉପସ୍ଥାପନ କରିବେ ନାହିଁ ବୋଲି ସିଧା ସଳଖ ମନା କରିଦେଇଛନ୍ତି । ସେ କହିଛନ୍ତି ଯାହା କହିବା କଥା ସେ ସୁପ୍ରିମ୍କୋର୍ଟଙ୍କ ନିକଟରେ କହିଛନ୍ତି ।
ଦେଶର ସୁରକ୍ଷା ପ୍ରତି ବିପଦ ଥିବା ଚୀନ୍ ଆପ୍ ଉପରେ ମୋଦି ସରକାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ସୋମବାର ରାତିରେ ଟିକ୍ଟକ୍ ସମେତ ୫୯ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି ସରକାର । ଟିକ୍ଟକ୍ ଆପ୍ ଲକ୍ ହୋଇସାରିଥିବା ବେଳେ ଆଗାମୀ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଅନ୍ୟ ସମସ୍ତ ଆପ୍କୁ ଲକ୍ କରିଦିଆଯିବ ବୋଲି କୁହାଯାଇଛି । ସେନେଇ କାମ ଆରମ୍ଭ ହୋଇସାରିଛି । ଯାହାଦ୍ୱାରା ଭାରତରେ କୌଣସି ମୋବାଇଲରେ ମଧ୍ୟ ଏହି ଚାଇନିଜ୍ ଆପ୍ ଗୁଡ଼ିକ କମା କରିବ ନାହିଁ ।
ସୂଚନାଯୋଗ୍ୟ ଏହି ପ୍ରତିବନ୍ଧକ ସୀମିତ ସମୟ ପାଇଁ ରଖାଯାଇଛି । ଏହି ମାମଲା କୋର୍ଟକୁ ଯିବା ପରେ ଏନେଇ ବିଚାର କରାଯିବ । ବିଚାର କରାଯିବା ପରେ ଏନେଇ କୋର୍ଟ ନିଷ୍ପତ୍ତି ନେବେ । ଏହାପରେ ସ୍ଥିର ହେବ ଯେ, ଏହି ଆପ୍ ଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଯିବ କି ନାହିଁ । ତେବେ ଟିକ୍ଟକ୍ ଭଳି ଚାଇନିଜ୍ ଆପ୍ଗୁଡ଼ିକୁ ପ୍ଲେ-ଷ୍ଟୋରରୁ ଏବେ ହଟାଯାଇଛି । ଏହାର କୌଣସି ଅପ୍ଡେଟ୍ ମଧ୍ୟ ମିଳିବ ନାହିଁ ।
ମୋଦି ସରକାରଙ୍କ ନିଷ୍ପତ୍ତି ପରେ ଟିକ୍ଟକ୍ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ସେ କହିଛି ଯେ, ସରକାରଙ୍କ ଆଦେଶ ପାଳନ କରାଯାଉଛି । କମ୍ପାନୀ ପକ୍ଷରୁ କୌଣସି ଭାରତୀୟ ୟୁଜର୍ସଙ୍କ ତଥ୍ୟ ଅନ୍ୟ ଦେଶ ସହିତ ସେୟାର କରାଯାଉ ନାହିଁ । ଏମିତିକି ଚୀନ୍ ସହିତ ମଧ୍ୟ ଭାରତୀୟଙ୍କ କୌଣସି ଗୁପ୍ତ ତଥ୍ୟ ସେୟାର କରାଯାଇ ନାହିଁ ।