ସୀମା ବିସ୍ତାର କରିବାକୁ ଚୀନର ଚକ୍ରାନ୍ତ, ମାନବ ପରୀକ୍ଷଣ ପାଇଁ ଷଡଯନ୍ତ୍ର
1 min readହାକା: ନିଜର ସୈନ୍ୟମାନଙ୍କୁ ସୁପର ସୋଲଜର କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ଚୀନ୍ । ଏ ନେଇ ବିସ୍ତାରବାଦୀ ଚୀନ୍ ମାନବ ପରୀକ୍ଷଣ ମଧ୍ୟ ଆରମ୍ଭ କରିଛି । ଏନେଇ ସୂଚନା ଦେଇଛନ୍ତି ଆମେରିକା ଗୁପ୍ତଚର । ଲଦାଖଠାରୁ ଆରମ୍ଭ କରି ତାଇବାନ୍ ସୀମା ପର୍ଯ୍ୟନ୍ତ ପଡୋଶୀ ଦେଶ ମଧ୍ୟକୁ ନିଜର ସୀମା ବିସ୍ତାର କରିବାକୁ ଚକ୍ରାନ୍ତ ଆରମ୍ଭ କରିଛି ଚୀନ । ସେପଟେ ଏହି ଉଦ୍ଦେଶ୍ୟ ଗୁଡିକୁ ପୂରା କରିବା ପାଇଁ ଚୀନ୍ ଏହି ପରୀକ୍ଷଣ କରୁଥିବା ସୂଚନା ମିଳିଛି ।
ସୈନିକ ମାନଙ୍କୁ ଅଧିକ ଶକ୍ତିଶାଳୀ କରିବାକୁ ମଧ୍ୟ ପରୀକ୍ଷଣ କରାଯାଉଛି । ଯଦି ଚକ୍ରାନ୍ତକାରୀ ଚୀନ ଏପରି କାର୍ଯ୍ୟରୁ ନିବୃତ ନରହେ ତେବେ ଆମେରିକା ସବୁଠୁ ବଡ଼ ବିପଦ ଭାବେ ଉଭା ହେବ ବୋଲି ଚେତାବନୀ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ଜନ୍ ରାଟକ୍ଲିଫ୍ । ରାଟ୍କ୍ଲିଫ୍ଙ୍କ ଏହି ମନ୍ତବ୍ୟ ଉପରେ ଆମେରିକାର ଗୁପ୍ତଚର ସଂସ୍ଥା CIA ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ସୁପର୍ ସୋଲଜର୍ ତିଆରି କରିବା ପାଇ ଚୀନ୍ ପିପୁଲ୍ସ ଲିବରେଶନ ଆର୍ମିର ଯବାନମାନଙ୍କ ଉପରେ ମାନବ ପରୀକ୍ଷଣ ଚଳାଇଛି ।
ଆମେରିକାର NBC ନ୍ୟୁଜ୍ ସୂଚନା ଅନୁସାରେ, ଏହା ଫଳରେ ଯବାନମାନେ ହଲିଉଡ୍ ଫିଲ୍ମର ହିରୋ କ୍ୟାପ୍ଟେନ୍ ଆମେରିକା ଓ ୟୁନିଭର୍ସାଲ ସୋଲଜର ଭଳି ଶକ୍ତିଶାଳୀ ହେବେ । ଏହି ପରୀକ୍ଷଣରେ ଚୀନ୍ CRISPR ଜିନ୍ ଏଡିଟିଂ ବୈଷୟିକ କୌଶଳ ଆପଣାଉଛି । ଜେନଟିକ୍ ଡିଜିଜ୍ର ଚିକିତ୍ସା ପାଇ ଏଭଳି ପରୀକ୍ଷଣ କରାଯାଇଥାଏ । ସେପଟେ ପାଶ୍ଚାତ୍ୟ ଦେଶର ବୈଜ୍ଞାନିକମାନେ କହିଛନ୍ତି ଯେ, ଏହି ବୈଷୟିକ ଜ୍ଞାନର ବ୍ୟବହାର ଅନୈତିକ ଅଟେ । ଯାହା ଦ୍ୱାରା ସୁସ୍ଥ ଲୋକଙ୍କ ଦକ୍ଷତା ବୃଦ୍ଧି ପାଇଁ ଜିନ୍ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥାଏ ।