ବିଶ୍ୱକୁ ଚୀନର ଧମକ, କରୋନାର ଦ୍ୱିତୀୟ ପର୍ଯ୍ୟାୟ ହେବ ଆହୁରି ଭୟାନକ

1 min read

ବେଜିଂ: ଆମେରିକାର ଚାପରେ ଚିନ୍ତିତ ଥିବା ଚୀନ ଧମକ ଦେଇଛି । ବିଶ୍ୱକୁ କ୍ଷତି ପହଞ୍ଚାଇବାର ଧମକ ଦେଇଛି ଡ୍ରାଗନ୍ । ଚୀନ ସରକାରଙ୍କ ଦ୍ୱାରା ନିୟନ୍ତ୍ରଣାଧିନ ପତ୍ରିକା ଗ୍ଲୋବାଲ୍ ଟାଇମ୍ସର ସମ୍ପାଦକୀୟରେ ମଙ୍ଗଳବାର ଏମିତି ଧମକପୂର୍ଣ୍ଣ ଲେଖା ପ୍ରକାଶ ପାଇଛି । ଯେଉଁଥିରେ ଲେଖାଯାଇଛି- ଆମେରିକା ବଡ଼ ଦେଶମାନଙ୍କୁ ଚୀନ ବିରୋଧରେ ଉସୁକାଇ ନିଜ ପକ୍ଷ କରୁଛି । ଏହାର ପ୍ରତିକୂଳ ପ୍ରଭାବ ପଡ଼ିବ ।

China World will suffer long lasting costs Coronavirus Pandemic just first Wave

ଏପରିକି ଆମେରିକା ନିଜର ପ୍ରଭାବ ବିସ୍ତାର କରୁଛି । ଯାହାର ଫଳ ପୂରା ଦୁନିଆକୁ ଭୋଗିବାକୁ ପଡ଼ିବ । ଚୀନ୍ ସହ କ୍ଷେତ୍ରୀୟ ବା ଜମି ବିବାଦ ଦେଶ ଗୁଡ଼ିକୁ ଆମେରିକା ସମର୍ଥନ କରୁଛି । ଆମେରିକା ପଶ୍ଚିମ ଦେଶ ସହିତ ଏସିଆ ମହାଦେଶରେ ଥିବା ଦେଶଗୁଡ଼ିକୁ ଚୀନକୁ ବିରୋଧ କରିବା ପାଇଁ ପ୍ରେରିତ କରୁଥିବା ଚୀନର ଖବରକାଗଜ ଲେଖିଛି । ଚୀନର ବଜାର ଆମେରିକା ବଜାର ସହିତ ପ୍ରାୟ ସମାନ । ପ୍ରାୟ ୧୦୦ଟି ଦେଶ ସହିତ ଚୀନର ବାଣିଜ୍ୟିକ ସମ୍ପର୍କ ରହିଛି । ଅନ୍ୟ ଦେଶ ସହିତ ଥିବା ଚୀନର ବାଣିଜ୍ୟିକ ସମ୍ପର୍କକୁ ଖରାପ କରିବା ପାଇଁ ଆମେରିକା ଚେଷ୍ଟା କରୁଛି । ଯାହାର ଫଳ ଲମ୍ବା ସମୟ ଧରି ଦୁନିଆକୁ ଭୋଗିବାକୁ ପଡ଼ିବ ବୋଲି ଚୀନ କହିଛି ।

କୋଭିଡ୍ ମହାମାରୀ ସଂକ୍ରମଣ ଯୋଗୁଁ ପୂରା ଦୁନିଆ ଏବେ ସଂକଟ ଦେଇ ଗତି କରୁଛି । ଏହାକୁ ପ୍ରଥମ ଲହର ବୋଲି କହିଛି ଚୀନ । ମହାମାରୀ ବଢ଼ିବା ପରେ ବି ଆମେରିକା ଚୀନ ପ୍ରତି ଅନ୍ତରାଷ୍ଟ୍ରୀୟ ସହଯୋଗକୁ ବନ୍ଦ କରିଦେଇଛି । ଏମିତି ଲାଗୁଛି ଭୂମି ଓ ରାଜସ୍ୱକୁ ନେଇ ହେଉଥିବା ସଂଘର୍ଷ ଏବେ ବନ୍ଦ ହେବନାହିଁ । ଆମେରିକା ଚୀନ ବିରୋଧରେ ବଡ଼ ଚାଲ୍ ଚଳାଇଛି । ଏହାଦ୍ୱାରା ଆଗାମୀ ଦିନରେ ଉତ୍ତେଜନା ବଢ଼ିବ । ଏପରିକି ଯୁଦ୍ଧ ସ୍ଥିତି ଉପୁଜିପାରେ ବୋଲି ଗ୍ଲୋବାଲ ଟାଇମ୍ସ ଲେଖିଛି । ଏହାଦ୍ୱାରା ବହୁ ଦେଶ କ୍ଷତିଗ୍ରସ୍ତ ହେବ ବୋଲି କହିଛି ଚୀନର ସମ୍ବାଦପତ୍ର ।

Leave a Reply