ଆଲୋଚନା ବିଫଳ ପରେ ବ୍ୟାକ୍ଫୁଟରେ ଚୀନ: ମହଙ୍ଗା ପଡ଼ିପାରେ ଭାରତ ବିରୋଧୀ ଚକ୍ରାନ୍ତ
ଲଦାଖ: ପୂର୍ବ ଲଦାଖରେ ସୀମା ବିବାଦକୁ ୬ ମାସ ଟପିଲାଣି । ଏବେ ସମାଧାନର ସବୁ ରାସ୍ତା ବନ୍ଦ । ଏପରି କ୍ଷେତ୍ରରେ ଭାରତ ନିଜର ଏକ ଇଞ୍ଚ୍ ଜାଗା ବି କାହାକୁ ଦେବ ନାହିଁ ବୋଲି କହିଛି । ଭାରତର ଏଭଳି ବୟାନ ପରେ ସେନା ଉପରେ ମାନସିକ ଚାପ ପକାଇବା ପାଇଁ ସୀମାରେ ଯୁଦ୍ଧାସ୍ତ୍ର ପରୀକ୍ଷା କରିଛି ଚୀନ । ସେହିପରି ତାଇଓ୍ୱାନ ଆକ୍ରମଣ ପାଇଁ ଡ୍ରାଗନ ସେନା ପ୍ରସ୍ତୁତ ହୋଇଛନ୍ତି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଦକ୍ଷିଣପୂର୍ବ ଅଞ୍ଚଳରେ ସେନା ସଂଖ୍ୟା ବଢ଼ାଇଛି ଚୀନ । ଗତ ୬ ମାସ ଧରି ଚାଲିଥିବା ସୀମା ବିବାଦ ପାଇଁ ଭାରତ ଓ ଚୀନ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି । ଆଉ କୌଣସି କ୍ଷେତ୍ରରେ ଚୀନର ସହଯୋଗ ନେବାକୁ ଚାହୁଁନି ଭାରତ ।
ଦୁଇ ଦେଶ ମଧ୍ୟରେ ସୁସମ୍ପର୍କ ସ୍ଥାପନା କରିବା ପାଇଁ ଦୀର୍ଘବର୍ଷ ଧରି ଅନେକ କାର୍ଯ୍ୟକ୍ରମ ହୋଇଥିବା ବେଳେ ମାତ୍ର ୬ମାସ ମଧ୍ୟରେ ସବୁକିଛି ଧ୍ୱଂସ ହୋଇଯାଇଛି । ସ୍ଥିତି ଏମିତି ହେଲାଣି ଯେ ଯେକୌଣସି ମୁହୁର୍ତ୍ତରେ ଯୁଦ୍ଧ ହୋଇପାରେ । ଉଭୟ ସୀମାରେ ୫୦ ହଜାରରୁ ଅଧିକ ଲେଖାଁଏ ସେନା ମୁତୟନ ହୋଇଛନ୍ତି । ପୂର୍ବଲଦାଖରେ ମାଇନସ ଡିଗ୍ରିରେ ବି ସୀମା ଜଗିବେ ଉଭୟ ଦେଶର ସେନା । ଏପଟେ ଭାରତୀୟ ସେନାଙ୍କ ଉପରେ ଚାପ ପକାଇବା ପାଇଁ ଚୀନ ନିଜ ଯୁଦ୍ଧାସ୍ତ୍ରର ଅଭ୍ୟାସ କରାଇଛି । ଚୀନର ଏଭଳି ହରକତ ଦେଖି ଭାରତ ମଧ୍ୟ ହାଇଆଲର୍ଟରେ ରହିଛି ।
ସେପଟେ ଔଷଧ ରାଗରେ ତାଟିଆ କାମୁଡିଲା ଭଳି ତାଇଓ୍ୱାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତି କରୁଛି ଚୀନ୍ । ଦକ୍ଷିଣପୂର୍ବ ଅଞ୍ଚଳରେ ଚୀନ ନିଜ ସେନା ମୁତୟନ ବଢାଇଛି । ସେମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରି ତାଇଓ୍ୱାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇଛନ୍ତି । ଗତ କିଛି ଦିନ ମଧ୍ୟରେ ତାଇଓ୍ୱାନ ସହ ଭାରତର ସମ୍ପର୍କ ବଢୁଥିବା ବେଳେ ଏହାକୁ ବରଦାସ୍ତ କରିପାରୁନି ଡ୍ରାଗନ । ଯେକୌଣସି ଉପାୟରେ ଏହି ସମ୍ପର୍କକୁ ଭାଙ୍ଗିବାକୁ ଚାହୁଁଛି । ଚୀନ ସେନାକୁ ଏଥିପାଇଁ ରାଷ୍ଟ୍ରପତି ସି ଜି ପିଙ୍ଗ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।
‘ଦେଶର କିଛି ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟରେ ପହଞ୍ଚିଛି କରୋନା’
ଏପଟେ ସୀମାରେ ଇଞ୍ଚେ ଜାଗାକୁ ବି ଛାଡ଼ିବନି ଭାରତ । ନିଜର ହକକୁ କାହା ପାଇଁ ଛଡାଯିବନି ବୋଲି କେନ୍ଦ୍ର ସରକାର ଚୀନକୁ ତାଗିଦ କରିଛନ୍ତି । ଚୀନ ସେନା ଯଦି ଭାରତ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରେ ସ୍ଥିତି ସାଂଘାତିକ ହେବ ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଉଛି । ଏଭଳି ସ୍ଥିତିରେ ଭାରତ ଓ ଚୀନ ମଧ୍ୟରେ ଅତି ଭୟଙ୍କର ଯୁଦ୍ଧ ହେବ ବୋଲି ବୈଦେଶିକ ବିଶେଷଜ୍ଞ ମାନେ ଆଶଙ୍କା କରିଛନ୍ତି ।