spot_img

Latest Posts

କରୋନା ପାଇଁ ଏଭରେଷ୍ଟରେ ବିଭାଜନ ରେଖା ଟାଣିବ ଚୀନ୍‌, ତିବ୍ଦତକୁ ପଠାଇଲା ୨୧ ଜଣିଆ ଟିମ୍‌

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ପଡ଼ୋଶୀ ଦେଶ ନେପାଳରେ ଏବେ ସଂକ୍ରମିତ ବଢ଼ିବାରେ ଲାଗିଛନ୍ତି। ଏହା ସତ୍ତ୍ୱେ ନେପାଳ ସରକାର ପର୍ବତାରୋହଣ ଅଧିବେଶନକୁ ବାତିଲ କରିନାହାଁନ୍ତି। ଏହି ଅଧିବେଶନ ସାଧାରଣତ ଏପ୍ରିଲରୁ ଜୁନ୍ ମଧ୍ୟରେ ଚାଲିଥାଏ। ଆଉ ଏଥିପାଇଁ ଚୀନ୍‌ ଏଭରେଷ୍ଟରେ ବିଭାଜନ ରେଖା ଟାଣିବାକୁ ଯାଉଛି। ତଥାପି ଏଭରେଷ୍ଟର ଶୀର୍ଷରେ ଏହି ବିଭାଜନ ରେଖା କିପରି ସେଟ୍ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ନେପାଳର ଏକ ନ୍ୟୁଜ୍ ଏଜେନ୍ସି କହିଛି ଯେ ତିବ୍ଦତୀୟ ପର୍ବତାରୋହୀ ଗାଇଡର ଏକ ଛୋଟ ଦଳ ଏଭରେଷ୍ଟ ଯାଇ ସେଠାରେ ଏକ ବିଭାଜନ ରେଖା ଟାଣିବ। ଏହା କରାଯିବା ଦ୍ୱାରା ଶିଖରର ଉଭୟ ପାର୍ଶ୍ୱରେ ଥିବା ପର୍ବତାରୋହୀଙ୍କ ମଧ୍ୟରେ କୌଣସି ପ୍ରକାରର ସମ୍ପର୍କ ରହିବ ନାହିଁ। ତେବେ ଚୀନର ୨୧ ଜଣିଆ ଏକ ଦଳ ଏଭରେଷ୍ଟର ଶିଖର ଯିବା ପାଇଁ ତିବ୍ଦତକୁ ଯାଇଛନ୍ତି। ତେବେ ଏହି ବିଭାଜନ ଚୀନ ଏଥିପାଇ କରିବାକୁ ଚାହୁଁଛି କାରଣ, ଏଭରେଷ୍ଟରେ ଯାତ୍ରା କଲାବେଳେ ଏମିତି କିଛି ସ୍ଥାନ ରହିଛି ଯେଉଁଠି ପର୍ବତାରୋହୀ ଏକାଠି ହୋଇଥାନ୍ତି। ସେଥିପାଇଁ ଏଭରେଷ୍ଟ ଉପରେ କେହି ଏକାଠି ନହେବା ପାଇଁ ଏହି ବିଭାଜନ କରାଯିବ।

 

Latest Posts

Don't Miss