ଆଫଗାନିସ୍ତାନ ପୁନର୍ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଚୀନ: ତାଲିବାନ

କାବୁଲ: ଆଫଗାନିସ୍ତାନ ପୁନର୍ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଚୀନ । ଚାଇନିଜ୍ ନ୍ୟାସନାଲ ବ୍ରଡକାଷ୍ଟକୁ ଦେଇଥିବା ସାକ୍ଷାତକାରରେ ଏହା କହିଛନ୍ତି ତାଲିବାନୀ ମୁଖପାତ୍ର ସୁଶୀଲ ସାହିନ୍ ।

ତାଲିବାନ ସମ୍ପର୍କରେ ଚୀନ ବୈଦେଶିକ ମନ୍ତ୍ରୀ ଦେଇଥିବା ବୟାନର ଠିକ୍ ଘଣ୍ଟାଏ ପରେ ଏହି ପ୍ରତିକ୍ରିୟା ରଖିଛନ୍ତି ତାଲିବାନ ମୁଖପାତ୍ର । ଚୀନ ବୈଦେଶିକ ମନ୍ତ୍ରୀ ନିଜ ମନ୍ତବ୍ୟରେ କହିଥିଲେ ଯେ,  ବର୍ତ୍ତମାନର ତାଲିବାନୀଙ୍କ ପାଖରେ ପୂର୍ବାପେକ୍ଷା ଅଧିକ ସଶକ୍ତ ନେତୃତ୍ୱ ରହିଛି ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ସ୍ପଷ୍ଟତା ରହିଛି ।

ଆଫଗାନିସ୍ତାନ ଏବଂ ବିଶେଷଜ୍ଞଙ୍କ କହିବାନୁଯାୟୀ, ଗତ ତାଲିବାନୀ ଶାସନ ସମୟରେ ଲାଗୁ କଠୋର ଇସଲାମ୍ ଆଇନ ଲାଗୁ କରାଯିବାକୁ ନେଇ ଭୟଭୀତ ଅଛନ୍ତି ଯାହା ଗତ ୨୦ ବର୍ଷ ପୂର୍ବେ ଲାଗୁ କରାଯାଇଥିଲା ।

ଅନ୍ୟପକ୍ଷରେ ବର୍ତ୍ତମାନ ମହିଳାଙ୍କ ପାଇଁ ସେଭଳି କୌଣସି କଟକଣା ନାହିଁ । ସେମାନେ ପୂର୍ବ ଭଳି କାର୍ଯ୍ୟ କରିପାରିବେ । ସେମାନଙ୍କ ମଧ୍ୟରୁ କିଛି ଜଣ ଏବେ କର୍ମକ୍ଷେତ୍ରକୁ ଫେରିଥିବା ନେଇ ମଧ୍ୟ ତାଲିବାନୀ ମୁଖପାତ୍ରଙ୍କ ପକ୍ଷରୁ କୁହାଯାଇଛି । ଏଥିସହିତ ଆଫଗାନିସ୍ତାନ ପୁନର୍ଗଠନରେ ଚୀନ ଭୂମିକା ନେଇ ସେ କହିଛନ୍ତି ଯେ, ଚୀନ ଏକ ବଡ଼, ଏହାର ଅର୍ଥନୀତି ମଧ୍ୟ ବହୁତ ବଡ଼ । ଏଣୁ ଚୀନ ଆଫଗାନିସ୍ତାନର ପୁନର୍ଗଠନ, ଥଇଥାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ଏଥିସହିତ ପଢ଼ନ୍ତୁ: ଅବନ୍ତୀପୋରାରେ ଏନ୍‌କାଉଣ୍ଟର: ସୁରକ୍ଷା ବାହିନୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିପାତ

Leave a Reply