ଅରୁଣାଚଳ ପ୍ରଦେଶର ନିଖୋଜ ଯୁବକଙ୍କୁ ଭାରତକୁ ହସ୍ତାନ୍ତର କରିବ ଚୀନ ସେନା
1 min readନୂଆଦିଲ୍ଲୀ: ଶନିବାର ଭାରତ ଫେରିବେ ଅରୁଣାଚଳ ପ୍ରଦେଶର ୫ ନିଖୋଜ ଯୁବକ । ଚୀନ ସେନା କବଜାରେ ଥିବା ଅରୁଣାଚଳ ପ୍ରଦେଶର ୫ ଜଣ ଯୁବକ ଆସନ୍ତାକାଲି ଭାରତ ଫେରିବେ । ଚୀନର ପିପୁଲ ଲିବରେସନ୍ ଆର୍ମି ଭାରତୀୟ ସେନାଙ୍କୁ ସେମାନଙ୍କୁ ହସ୍ତାନ୍ତର କରିବ । ଏ ନେଇ କେନ୍ଦ୍ର କ୍ରୀଡ଼ା ଓ ଯୁବବ୍ୟାପାର ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁ ଟ୍ଵିଟ କରି ସୂଚନା ଦେଇଛନ୍ତି ।
China to handover the five Indian nationals missing from Arunachal Pradesh tomorrow.
According to army sources, the handover will take place at Wacha near Kibithu border personnel meeting point
(Pic source: PRO Defence, Tezpur) pic.twitter.com/qLltuRwBex
— ANI (@ANI) September 11, 2020
ଏହି ଯୁବକମାନେ ନିଖୋଜ ହେବା ପରେ ଭାରତୀୟ ସେନା ପକ୍ଷରୁ ଚୀନ ସେନା ସହ ହଟଲାଇନ ସଂଯୋଗ କରାଯାଇଥିଲା । ଏହି ଯୋଗାଯୋଗର ଉତ୍ତର ଦେଇ ଚୀନ ସେନା ପକ୍ଷରୁ ସ୍ୱୀକାର କରାଯାଇଥିଲା ଯେ ଉକ୍ତ ଯୁବକମାନେ ସେମାନଙ୍କ ପାଖରେ ଅଛନ୍ତି । ଦୁଇଦିନ ତଳେ କେନ୍ଦ୍ରମନ୍ତ୍ରୀ ରିଜିଜୁ କହିଥିଲେ ଯେ, ଉକ୍ତ ଯୁବକମାନଙ୍କୁ ଭାରତକୁ ଫେରାଇଦେବାକୁ ଚୀନ ସେନା ରାଜି ହୋଇଛି ଓ ସେମାନଙ୍କୁ ଫେରାଇ ଆଣିବାକୁ ଅଧିକାରୀମାନେ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ନିଖୋଜ ୫ ଜଣ ଯୁବକ ଅରୁଣାଚଳର ଉପର ସୁବନସିରି ଜିଲ୍ଲାର ନାଚୋ ଅଞ୍ଚଳର ବୋଲି ଜଣାପଡ଼ିଛି । ସେମାନେ କୁଲି କାମ ଓ ବେଳେବେଳେ ଭାରତୀୟ ସେନା ପାଇଁ ଗାଇଡ କାମ କରନ୍ତି ବୋଲି ଜଣାପଡ଼ିଛି ।
ସେମାନେ ଗତ ସପ୍ତାହ ଶୁକ୍ରବାରଦିନ ଜଙ୍ଗଲକୁ ଶିକାର ପାଇଁ ଯାଇଥିଲେ । ସେମାନଙ୍କ ଦଳରେ ମୋଟ ୭ ଜଣ ଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଘରକୁ ଫେରିଆସିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ନାଚୋ ଅଞ୍ଚଳଟି ଭାରତ ଓ ଚୀନ ମଧ୍ୟରେ ଥିବା ମାକମୋହନ ଲାଇନ ନିକଟରେ ଅବସ୍ଥିତ ।