ଲଦାଖ ପରେ ଅରୁଣାଚଳରେ ଚୀନର ନୂଆ ଚାଲ, ଭାରତ ପାଇଁ ବଢ଼ିବ ଅଡ଼ୁଆ

1 min read

ନୂଆଦିଲ୍ଲୀ: ଭାରତକୁ ହଇରାଣ କରୁଛି ପଡ଼ୋଶୀ ଚୀନ । କୌଣସି ନା କୌଣସି ପ୍ରକାରେ ଚୀନ ଗତ ୯ରୁ ୧୦ ମାସ ହେଲା ଭାରତକୁ ହଇରାଣ, ହରକତ କରିବାରେ ଲାଗିଛି । ଲଦାଖରେ ସୀମା ବିବାଦକୁ ନେଇ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ନିନ୍ଦିତ ହେବା ପରେ ଚୀନ ଏବେ ନୂଆ ଯୋଜନା କରୁଛି । ଯାହାଦ୍ୱାରା ଭାରତର ଲୋକ ଓ ସରକାର ବ୍ୟତିବ୍ୟସ୍ତ ହେବେ । ଚୀନ ଲଗାତାର ଭାରତୀୟ ସୀମା ନିକଟରେ ସଡ଼କ, ରେଳ ଓ ବିମାନବନ୍ଦର ବଢ଼ାଉଛି । ଏବେ ପୁଣି ଚୀନ ଏକ ନୂଆ ଚାଲ୍ କରିବାକୁ ଯାଉଛି । ଯାହାକୁ ନେଇ ପୁଣି ଉତ୍ତେଜନା ବଢ଼ିବା ଆଶଙ୍କା କରାଯାଉଛି ।

China To Build New Dam On Brahmaputra River Can Rise India Tension

ଚୀନ୍ ବ୍ରହ୍ମପୁତ୍ର ନଦୀ ଉପରେ ଏକ ନୂଆ ବନ୍ଧ ନିର୍ମାଣ କରିବାକୁ ଯାଉଛି । ଏହି ବନ୍ଧ ନିର୍ମାଣ ହେଲେ ଅରୁଣାଚଳ ପ୍ରଦେଶ ସମେତ ଆଖପାଖରେ ଥିବା ରାଜ୍ୟ ସମସ୍ୟାର ସମ୍ମୁଖୀନ ହେବେ । କାରଣ ଚୀନ୍ ନିର୍ମାଣ କରିବାକୁ ଯାଉଥିବା ଏହି ବନ୍ଧ ଭାରତୀୟ ସୀମାର ଖୁବ୍ ନିକଟରେ । ଯେଉଁ ଅଞ୍ଚଳରେ ବନ୍ଧ ନିର୍ମାଣ ହେବ ଏହା ବ୍ରହ୍ମପୁତ୍ର ନଦୀର ତଳିଆ ଅଞ୍ଚଳ । ଅର୍ଥାତ୍ ଏଠାରେ ପାଣି ଖୁବ୍ ଜୋରରେ ବୁହେ । ଏହା ବି କୁହାଯାଉଛି ନିର୍ମାଣ ହେବାକୁ ଥିବା ବନ୍ଧ ଚୀନର ସବୁଛୁ ବଡ଼ ଥ୍ରୀ ଜାଞ୍ଚ ଡ୍ୟାମ ଭଳି ହେବ । ଏହାର ଉଚ୍ଚତା ପାଖାପାଖି ୧୮୧ ମିଟର ଓ ଲମ୍ବା ପ୍ରାୟ ୨.୩୩ କିଲୋମିଟର ରହିବ ।

China To Build New Dam On Brahmaputra River Can Rise India Tension

ଚୀନ କେବଳ ଏହି ବନ୍ଧ ନିର୍ମାଣ କରିବା କଥା କହିଛି । ଏବେ ଯାଏଁ ବନ୍ଧ ନିର୍ମାଣର ବଜେଟ ନେଇ କୌଣସି ଖୁଲାସା ହୋଇନାହିଁ । ଅରୁଣାଚଳ ପ୍ରଦେଶ ସୀମାକୁ ନେଇ ଚୀନ ପୂର୍ବରୁ ଭାରତ ସହ ବିବାଦ କରି ଆସୁଛି । ଏପରିକି ଚୀନ ଅରୁଣାଚଳକୁ ଭାରତର ରାଜ୍ୟ ମାନୁନାହିଁ । ବିଶେଷଜ୍ଞଙ୍କ ମାନିବା ଅନୁସାରେ ଚୀନ ଏହି ବନ୍ଧକୁ ରଣନୈତିକ ଉପାୟରେ ବି ବ୍ୟବହାର କରିପାରେ ।

China To Build New Dam On Brahmaputra River Can Rise India Tension

ଚୀନ ସରକାର ବ୍ରହ୍ମପୁତ ନଦୀ ଯାହାକୁ ସେଠାରେ ୟାରଲଙ୍ଗ ସାଙ୍ଗପୋ କହନ୍ତି । ସେଠାରେ ୧୧ ହାଇଡ୍ରୋଇଲେକ୍ଟ୍ରିକ୍ ପ୍ରୋଜେକ୍ଟ ତିଆରି କରି ସାରିଛି । ଏହି ବନ୍ଧ ଓ ପ୍ରକଳ୍ପ ଦ୍ୱାରା ବ୍ରହ୍ମପୁତ୍ର ନଦୀର ଜଳଧାରାରେ ଅସ୍ୱାଭାବିକ ପରିବର୍ତ୍ତନ ଆସିବ । ଚୀନ ଯେବେ ମନେ କରେ ତ ବନ୍ଧର ଗେଟ୍ ଖୋଲିଦିଏ ଆଉ ଯେବେ ମନ ହୁଏ ତ ଗେଟ୍ ବନ୍ଦ କରିଦିଏ । ବର୍ଷା ଦିନରେ ଏହା ଦ୍ୱାରା ଅତ୍ୟଧିକ କ୍ଷତି ସହେ ଭାରତର ଉତ୍ତର-ପୂର୍ବ ରାଜ୍ୟ । ଅରୁଣାଚଳ ପ୍ରଦେଶ, ଆସାମ ସମେତ କେତେକ ରାଜ୍ୟ ବନ୍ୟାରେ ବୁଡ଼ିଯାଏ ।

China To Build New Dam On Brahmaputra River Can Rise India Tension

ସୂଚନାଯୋଗ୍ୟ, ୟାରଲଙ୍ଗ ସାଙ୍ଗପୋ ଅର୍ଥାତ୍ ବ୍ରହ୍ମପୁତ୍ର ନଦୀର ଉତ୍ପତ୍ତି ସ୍ଥଳ ହେଉଛି ଚୀନ । ଏହା ତିବ୍ବତ ହୋଇ ଅରୁଣାଚଳ ପ୍ରଦେଶ ରାସ୍ତା ଦେଇ ଭାରତ ଆସିଛି । ଏହା ପରେ ବ୍ରହ୍ମପୁତ୍ର ଆସାମ ଦେଇ ବାଂଲାଦେଶ ବହି ଯାଇଛି । ଚୀନର ଅଧିକାଂଶ ହାଇଡ୍ରୋଇଲେକ୍ଟ୍ରିକ୍ ପ୍ରକଳ୍ପ ତିବ୍ବତ ଅଞ୍ଚଳରେ ରହିଛି । ଚୀନ୍ ବ୍ରହ୍ମପୁତ୍ର ନଦୀର ଜଳଧାରାକୁ ନିୟନ୍ତ୍ରଣ କରି ଭାରତର ଉତ୍ତର-ପୂର୍ବ ରାଜ୍ୟର ଚିନ୍ତା ବଢ଼ାଇବା ସହ ନିଜର ଶୁଖିଲା ଅଞ୍ଚଳରେ ଜଳସେଚନ କରୁଛି ।

China To Build New Dam On Brahmaputra River Can Rise India Tension

ଚୀନର ଅଞ୍ଚଳରେ ଆସୁଥିବା ବ୍ରହ୍ମପୁତ୍ର ନଦୀ ଉପରେ ୧୧ଟି ବିଦ୍ୟୁତ୍ ପ୍ରକଳ୍ପରୁ ସବୁଠୁ ବଡ଼ ପ୍ରକଳ୍ପ ଜାଙ୍ଗମୁରେ ଅଛି । ଏହା ୨୦୧୫ରେ ଆରମ୍ଭ ହୋଇଥିଲା । ଏତିକି ନୁହେଁ ତିବ୍ବତରେ ପ୍ରାୟ ୭ଟି ସହରରେ ଚୀନ ହାଇଡ୍ରୋଇଲେକ୍ଟ୍ରିକ୍ ପ୍ରକଳ୍ପ ତିଆରି କରିଛି । ଏହି ୭ଟି ସହର ହେଉଛି ବାୟୁ, ଜିଶି, ଲାଙ୍ଗଟା, ଦାପ୍କା, ଡେମୋ, ନାମ୍ଚା ଓ ମେତୋକ । ଚୀନ ଗତ ୧୦ ବର୍ଷ ଧରି ଲଗାତାର ବ୍ରହ୍ମପୁତ୍ର ନଦୀ ଉପରେ ପାୱାର ପ୍ରୋଜେକ୍ଟ୍ସ ଓ ବନ୍ଧ ନିର୍ମାଣ କରି ଚାଲିଛି ।

Leave a Reply