ଆମେରିକାକୁ ଭେଟିଲା ତାଇୱାନ, ଚେତାବନୀ ଦେଲା ଚୀନ

ବେଜିଂ: ଚୀନର ବିରୋଧ ସତ୍ବେ ଆମେରିକା ସହ ସମ୍ପର୍କ ନିବିଡ କରୁଛି ତାଇଓ୍ବାନ୍‌ । ଗତକାଲି ତାଇଓ୍ବାନ ରାଷ୍ଟ୍ରପତି ତାଇଇଙ୍ଗ ଓ୍ବେନ ଆମେରିକାର ବାଚସ୍ପତି ମାକ୍‌ କାର୍ଥିଙ୍କୁ ଭେଟିଛନ୍ତି । କାର୍ଲିଫର୍ଣ୍ଣିଆରେ ଏହି ହାଇପ୍ରୋଫାଇଲ ମିଟିଂ ପରେ ଚୀନ୍‌ ଓ ତାଇଓ୍ବାନ ମଧ୍ୟରେ ସମ୍ପର୍କ ଆହୁରି ବିବାଦ ଘେରକୁ ଯାଇଛି ବୋଲି ଚର୍ଚ୍ଚା ହେଉଛି । ବିଶ୍ବରେ ଗଣତନ୍ତ୍ର ଏବେ ବିପଦରେ ବୋଲି ତାଇଓ୍ବାନ ରାଷ୍ଟ୍ରପତି କହିଛନ୍ତି ।

ପ୍ରଥମ ଥର ପାଇଁ ତାଇଇଙ୍ଗ ଓ୍ବେନ ଆମେରିକା ଯାଇ ବାଚସ୍ପତିଙ୍କୁ ଭେଟିଛନ୍ତି । ଆଲୋଚନା ବେଳେ ଓ୍ବାନ ଚାଇନା ପଲିସିକୁ ସମାଲୋଚନା କରିଛନ୍ତି । ଚୀନ ଠାରୁ ତାଇଓ୍ବାନକୁ ସବୁବେଳେ ଆକ୍ରମଣ ଭୟ ରହୁଛି ବୋଲି ରାଷ୍ଟ୍ରପତି କହିଛନ୍ତି । ଉଭୟ ନେତାଙ୍କ ମଧ୍ୟରେ ଗଣତନ୍ତ୍ର, ସ୍ବାସ୍ଥ୍ୟ, ବିଜ୍ଞାନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।

ତାଇଓ୍ବାନକୁ ଚୀନ୍‌ ସରକାର ନିଜର ଅଞ୍ଚଳ ବୋଲି ଭାବୁଥିବା ବେଳେ ତାଇଓ୍ବାନ ନିଜକୁ ସ୍ବତନ୍ତ୍ର ଓ ଗଣତାନ୍ତ୍ରିକ ରାଷ୍ଟ୍ର ବୋଲି ବିବେଚନା କରୁଛି । ତାଇଓ୍ବାନ ସହ ଆମେରିକାର ସମ୍ପର୍କକୁ ଆଦୌ ବରଦାସ୍ତ କରିପାରୁନାହାନ୍ତି ଚୀନ୍‌ ସରକାର । ଆମେରିକା ସହ ସମ୍ପର୍କ ବଢାଇଲେ ଆଗକୁ ଭୟାନକ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦେଇଥିଲା ଚୀନ୍‌ ।