ଧମକାଉଛି ଚୀନ ! ଗୁପ୍ତ ଭାବେ ଲୋକଙ୍କୁ ଦେଉଛି କରୋନା ଟିକା…

1 min read

ଚୀନ: ଚୀନ୍ ଏବେ ଲକ୍ଷ ଲକ୍ଷ ଲୋକଙ୍କୁ କରୋନା ଟିକା ଦେଇସାରିଛି। କିନ୍ତୁ ଚାଇନାରେ ଟିକା ଗ୍ରହଣ କରୁଥିବା ଲୋକଙ୍କୁ ଟିକାକରଣ ସମ୍ପର୍କୀତ ତଥ୍ୟ ଗୋପନ ରଖିବାକୁ କୁହାଯାଇଛି । ଅନେକ କମ୍ପାନୀର କର୍ମଚାରୀଙ୍କୁ ଚେତାବନୀ ଦେଇଛି ଯେ, ଯଦି ସେମାନେ କମ୍ପାନୀର ମ୍ୟାନେଜମେଣ୍ଟ ବ୍ୟତୀତ ଅନ୍ୟ କାହାକୁ ଏହି ବିଷୟରେ କୁହନ୍ତି, ତାହେଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । Latimes.com ର ରିପୋର୍ଟ ଅନୁଯାୟୀ, କିଛି କମ୍ପାନୀରେ କାର୍ଯ୍ୟ କରୁଥିବା ଲୋକେ ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ ଯେ, ଟିକା ସମ୍ବନ୍ଧୀୟ ତଥ୍ୟକୁ ଗୋପନ ରଖିବାକୁ ହେବ । ଜଣେ ବ୍ୟକ୍ତି ଭୟ ପ୍ରକାଶ କରିଥିଲେ ଯେ, ଯଦି କିଛି ହୁଏ ତାହେଲେ କ’ଣ ହେବ? ଏଭଳି ପରିସ୍ଥିତିରେ କିଏ ଦାୟିତ୍ୱ ନେବ?

ତେବେ ଚାଇନାରେ ଟିକାକରଣ କରାଯାଇଥିବା ଲୋକଙ୍କୁ କୁହାଯାଇଛି ଯେ, ସେମାନଙ୍କୁ ଚାଇନା ନ୍ୟାସନାଲ ବାୟୋଟେକ ଗ୍ରୁପରୁ ଟିକା ଦିଆଯାଉଛି । ଏହି ଗ୍ରୁପ୍ ଚୀନ୍ ସରକାରୀ କମ୍ପାନୀ ସିନୋଫାର୍ମର ଏକ ଅଂଶ । ୟୁଏଇ, ପେରୁ, ମୋରୋକୋ ଏବଂ ଅନ୍ୟାନ୍ୟ ଦେଶରେ ସିନୋଫାର୍ମ ନିଜ କରୋନା ଟିକା ପରୀକ୍ଷା କରୁଛି । ଏହି କମ୍ପାନୀର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଏଯାଏଁ ଶେଷ ହୋଇନାହିଁ । ଜଣେ ଚାଇନାର ବ୍ୟକ୍ତି କହିଛନ୍ତି ଯେ, କ୍ଲିନିକାଲ ଟ୍ରାଏଲରେ ଜଡିତ ଥିବା ବ୍ୟକ୍ତିଙ୍କ ଉପରେ ନଜର ରଖାଯାଉଛି । ଚୀନରେ ସୈନିକମାନଙ୍କ ଉପରେ ମଧ୍ୟ ଜୁନ୍ ମାସରେ କରୋନା ଟିକା ପରୀକ୍ଷଣ ଆରମ୍ଭ କରାଯାଇଥିଲା ।

Leave a Reply