ଅରୁଣାଚଳରେ ବସିଲା G-20 ସମ୍ମିଳନୀ ବୈଠକ, ଆସିଲାନି ଚୀନ୍

1 min read

ଇଟାନଗର: ଅରୁଣାଚଳରେ ଅନୁଷ୍ଠିତ G-20 ସମ୍ମିଳନୀର ଗୁରୁତ୍ବପୂର୍ଣ୍ଣ ବୈଠକରେ ସାମିଲ ହେଲାନି ଚୀନ । ଅରୁଣାଚଳ ରାଜଧାନୀ ଇଟାନଗରରେ ଆୟୋଜିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଚୀନ ପ୍ରତିନିଧି ଭାଗ ନେଇ ନଥିବା ଜଣାପଡ଼ିଛି । ଭାରତର ଏହି ପୂର୍ବୋତ୍ତର ରାଜ୍ୟକୁ ଚୀନ ନିଜର ବୋଲି ଦାବି କରିଆସୁଛି । ତେଣୁ ଚୀନ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇନଥିବା କୁହାଯାଉଛି ।

ଆସନ୍ତା ସେପ୍ଟେମ୍ବର ମାସରେ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠି ହେବ। ଏହାପୂର୍ବରୁ ଜି-୨୦ର ଅଂଶବିଶେଷ ଭାବେ ଭାରତର ପ୍ରାୟ ୫୦ଟି ସହରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ଏହି କ୍ରମରେ ରବିବାର ଅରୁଣାଚଳ ପ୍ରଦେଶର ଇଟାନଗରରେ ବୈଠକ ବସିଥିଲା । ଏଥିରେ ବିଭିନ୍ନ ରାଷ୍ଟ୍ରର ୫୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ। କିନ୍ତୁ ନିମନ୍ତ୍ରଣ ସତ୍ତ୍ୱେ ଚାଇନା ବୈଠକରେ ସାମିଲ ହୋଇନାହିଁ । ହେଲେ ସାମିଲ ନହେବା ନେଇ ଚୀନ ପକ୍ଷରୁ ସରକାରୀ ଭାବେ ଭାରତ ସମ୍ମୁଖରେ ବିରୋଧ କରାଯାଇ ନଥିବା ଜଣାପଡ଼ିଛି ।