ଚୀନରେ ୪ ଘଣ୍ଟାରେ ୩ କୋଟି ୭୦ ଲକ୍ଷ ଲୋକ କରୋନା ସଂକ୍ରମିତ

ନନ୍ଦିଘୋଷ ବ୍ୟୁରୋ: ଚୀନରେ ଘାତକ ହେଉଛି କରୋନା । ୨୪ ଘଣ୍ଟାରେ ୩ କୋଟି ୭୦ ଲକ୍ଷ ଲୋକ କରୋନା ସଂକ୍ରମିତ । ଗତ ୨୦ ଦିନରେ ୨୪ କୋଟିରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ୧୮ ପ୍ରତିଶତ ଲୋକ ୨୦ ଦିନରେ ହୋଇଛନ୍ତି ସଂକ୍ରମିତ ।
ଏଣୁ ଚୀନରେ ପୁଣି ଥରେ ଲାଗୁ ହେବ ଜିରୋ କୋଭିଡ ପଲିସି । ବେଜିଂରେ ବ୍ୟାପକ ମାତ୍ରାରେ ଲୋକେ କରୋନାରେ ସଂକ୍ରମିତ ହୋଇଛନ୍ତି । ଘାତକ ହେଉଛି ଚୀନରେ କୋଭିଡର ଓମିକ୍ରନ ଭାରିଆଣ୍ଟ । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକଙ୍କର କରୋନାରେ ମୃତ୍ୟୁ ହେଉଛି । େବେଜିଂ ଓ ସାଂଘାଇରେ ବଢୁଛି ମୃତକଙ୍କ ସଂଖ୍ୟା ।