ନିଖୋଜ ଭାରତୀୟଙ୍କୁ ନେଇ ପ୍ରଶ୍ନ ପରେ ଚୀନର ଜବାବ, ଅରୁଣାଚଳ ଭାରତର ନୁହଁ ଆମର
1 min readନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ସୀମାରୁ ଚୀନ ସେନା ଦ୍ୱାରା ୫ ଜଣ ଭାରତୀୟଙ୍କୁ ଅପହରଣ ମାମଲା । କେନ୍ଦ୍ରୀୟ ମନ୍ତ୍ରୀ କିରଣ ରିଜ୍ଜୁଙ୍କ ପ୍ରଶ୍ନକୁ ନେଇ କଡ଼ା ଜବାବ ଦେଇଛ ଚୀନ । ଅରୁଣାଚଳ ପ୍ରଦେଶ ଭାରତର ଅଂଶ ନୁହେଁ ବରଂ ଏହା ଚୀନର ଦକ୍ଷିଣ ତିବ୍ବତର ଅଂଶ ବୋଲି ଚୀନ ପକ୍ଷରୁ କୁହାଯାଇଛି ।
China has never recognized so-called "Arunachal Pradesh," which is China's south Tibet region, and we have no details to release yet about question on Indian army sending a message to PLA about five missing Indians in the region: Chinese FM spokesperson Zhao Lijian pic.twitter.com/PqFdV5zp60
— Global Times (@globaltimesnews) September 7, 2020
ଚୀନର ସରକାରୀ ସମ୍ବାଦପତ୍ର ଗ୍ଲୋବାଲ ଟାଇମ୍ସରେ ଏନେଇ ଖବର ପ୍ରକାଶ ପାଇଛି । ଚୀନ ବୈଦେଶିକ ମନ୍ତ୍ରଳାୟର ମୁଖପାତ୍ର ଚାଓ ଲିଜିଏଙ୍ଗ କହିଛନ୍ତି- ଅରୁଣାଚଳ ପ୍ରଦେଶକୁ ଚୀନ କେବେ ମାନ୍ୟତା ଦେଇନାହିଁ । ଏହା ହେଉଛି ଦକ୍ଷିଣୀ ତିବ୍ବତର ଅଂଶ । ଆମକୁ ଭାରତୀୟ ସେନା ଓ ଉକ୍ତ ଅଞ୍ଚଳରୁ ୫ ଜଣ ଭାରତୀୟଙ୍କ ନିଖୋଜ ନେଇ ପ୍ରଶ୍ନ ଆସିଛି । ତେବେ, ଏହାକୁ ଆମ ପାଖରେ କୌଣସି ସୂଚନା ନାହିଁ ।
ଭାରତୀୟ ସେନା ଅରୁଣାଚଳ ପ୍ରଦେଶର ଉପରୀ ସପବନସିରି ଜିଲ୍ଲାରୁ ୫ ଜଣଙ୍କୁ ‘ପିପୁଲ୍ସ ଲିବରେସନ୍ ଆର୍ମି’ (ପିଏଲଏ) ଦ୍ୱାରା ଅପହରଣ କରାଯାଇଥିବା କହିଛି । ଏହାକୁ ନେଇ ରବିବାର ରାତିରେ କେନ୍ଦ୍ରମନ୍ତ୍ରୀ କିରଣ ରିଜ୍ଜୁ ଲେଖିଥିଲେ ଭାରତୀୟ ସେନା ଚୀନର ଜବାବକୁ ଅପେକ୍ଷା କରିଛି ।