ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସୈନିକ ମାନଙ୍କୁ କହିଲେ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ

ନୂଆଦିଲ୍ଲୀ: ଏଲଏସିରେ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି । ବୈଠକ ପରେ ବୈଠକ ହେଉଛି ହେଲେ ସୁଧୁରୁନାହିଁ ପରିସ୍ଥିତି । ଏଇ ଭିତରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ତାଙ୍କ ସୈନିକମାନଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ କହିଛନ୍ତି । ଏକ ରିପୋର୍ଟ ଅନୁଯାୟୀ ଜିନପିଙ୍ଗ ତାଙ୍କ ସୈନିକ ମାନଙ୍କୁ ଏକ ସାମରିକ ବେସ୍ ଗସ୍ତରେ କହିଥିଲେ – ‘ଯୁଦ୍ଧ ପାଇଁ ପ୍ରସ୍ତୁତି ଉପରେ ତୁମର ମନ ଏବଂ ଯୁଦ୍ଧ ପ୍ରସ୍ତୁତି ଉପରେ ଧ୍ୟାନ ଦିଅ।

ଚୀନ୍‌ର ଏକ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଜିନପିଙ୍ଗ ମଙ୍ଗଳବାର ଚୀନ୍‌ର ଗୁଆଙ୍ଗଡୋଙ୍ଗରେ ଥିବା ଏକ ସାମରିକ ବେସ ଗସ୍ତରେ ଯାଇ ସୈନିକ ମାନଙ୍କୁ ଯୁଦ୍ଧ ପ୍ରସ୍ତୁତି ଉପରେ ଧ୍ୟାନ ଦେବାକୁ କହିଥିଲେ । ଜିନପିଙ୍ଗ ମଧ୍ୟ ତାଙ୍କ ସୈନିକ ମେନଙ୍କୁ ହାଇ ଆର୍ଲଟ ରହିବାକୁ କହିଛନ୍ତି । ଜିନପିଙ୍ଗ ପିପୁଲ୍ସ ଲିବରେସନ୍ ଆର୍ମି ମେରାଇନ୍ କର୍ପସକୁ ନରିକ୍ଷଣ ପାଇଁ ପହଞ୍ଚି ଥିଲେ । ଚୀନ୍ ରାଷ୍ଟ୍ରପତି ମଧ୍ୟ ସୈନିକମାନଙ୍କୁ ବିଶ୍ୱସ୍ତ, ସମ୍ପୂର୍ଣ୍ଣ ‘ନିର୍ମଳ’ ଏବଂ ସମ୍ପୂର୍ଣ୍ଣ ନିର୍ଭରଯୋଗ୍ୟ ହେବାକୁ ନିବେଦନ କରିଛନ୍ତି ।

ସୋମବାର ଆମେରିକା ତାଇୱାନକୁ ତିନୋଟି ଉନ୍ନତ ଅସ୍ତ୍ର ପ୍ରଣାଳୀ ଯୋଗାଇବାକୁ ଘୋଷଣା କରିଛି । ଏହି ନିଷ୍ପତ୍ତି ଦ୍ୱାରା ଚୀନ୍ ଅଧିକ ଉତକ୍ଷିପ୍ତ ହୋଇଥିଲା । ​​କାରଣ ଚୀନ ତାଇୱାନକୁ ଏହାର ଏକ ଅଂଶ ବୋଲି ବିବେଚନା କରେ । ଚୀନ୍‌ର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ତାଇୱାନକୁ କୌଣସି ଅସ୍ତ୍ର ବିକ୍ରୟ ପାଇଁ ଆମେରିକା ତୁରନ୍ତ ଏହି ଚୁକ୍ତି ବାତିଲ କରିବା ଉଚିତ ।

Leave a Reply