ଭାରତ ଓ ଆମେରିକାକୁ ଜିନପିଙ୍ଗଙ୍କ ଧମକ, ଚୀନର ସ୍ୱାର୍ଥକୁ ଛଡ଼ାଇନେଲେ ଚୁପ୍ ବସିବୁ ନାହିଁ

1 min read
US China Tariff War World Trade Organization Verdict Favouring China

ନୂଆଦିଲ୍ଲୀ: ଭାରତ ଓ ତାଇୱାନକୁ ନେଇ ଆମେରିକା ସହିତ ଚୀନର ଉତ୍ତେଜନା ଲାଗି ରହିଛି । ଏସବୁ ଭିତରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଧମକ ଦେଇଛନ୍ତି । ଦେଶର ସାର୍ବଭୌମତ୍ୱ, ସୁରକ୍ଷା ଓ ବିକାଶରେ ବାଧା ଦେବାକୁ ଚେଷ୍ଟା କଲେ ଚୀନ ଚୁପ୍ ବସିବ ନାହିଁ । ଯଦି ଏହାକୁ ନେଇ ଗମ୍ଭୀର ସ୍ଥିତି ଉପୁଜେ ତ ଏହାର ମୁହଁତୋଡ଼ ଜବାବ ଦେବେ ଚୀନ ଜନତା ।

China President XI Jinping Threatened India US Never Sit Idly While China Sovereignty Undermined

ସି ଜିନପିଙ୍ଗ କହିଛନ୍ତି- ‘ଚୀନ ଆଧିପତ୍ୟ ଜାହିର୍ କରିବ ନାହିଁ କି ବିସ୍ତାରବାଦକୁ ମଧ୍ୟ କରିବ ନାହିଁ । କିନ୍ତୁ ଚୀନର ସାର୍ବଭୌମତ୍ୱ, ସୁରକ୍ଷା ଓ ବିକାଶ ସ୍ୱାର୍ଥକୁ ଅଣଦେଖା କଲେ ଆମେ ଚୁପ୍ ବସିବୁ ନାହିଁ । ଆମେ କାହାରିକୁ ଅନୁମତି ଦେଇନାହୁଁ କେହିବି ଆମ ଅଞ୍ଚଳରେ ଅନୁପ୍ରବେଶ କରି ତାକୁ କବଜା କରିବାକୁ ଚେଷ୍ଟା କରିବ ।’ ଯଦିଓ ଜିନପିଙ୍ଗ ତାଙ୍କ ଭାଷଣରେ କୌଣସି ଦେଶର ନାଁ ନେଇନାହାଁନ୍ତି ତଥାପି ସେ ଭାରତ ଓ ଆମେରିକାକୁ ନେଇ ଏମିତି କହିଛନ୍ତି । ଜିନପିଙ୍ଗଙ୍କ ଏଭଳି ଧମକଭରା ବୟାନ ଏମିତି ସମୟରେ ଆସିଛି ଯେତେବେଳେ କି ଭାରତ ଓ ଆମେରିକା ସହ ଚୀନର ସମ୍ପର୍କ ବେଶ୍ ଉତ୍ତେଜନାପୂର୍ଣ୍ଣ ରହିଛି ।

ଆମେରିକାର ସାହାଯ୍ୟକୁ ନେଇ ଚୀନ ବିଚଳିତ

ଚୀନକୁ ମୁହଁତୋଡ଼ ଜବାବ ଦେବା ପାଇଁ ଆମେରିକା ଲଗାତାର ଭାବେ ତାଇୱାନକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦେଉଛି । ଆମେରିକା ଗୁରୁବାର ପ୍ରଥମ ଥର ପାଇଁ ତାଇୱାନକୁ ଚୀନ ପର୍ଯ୍ୟନ୍ତ ଆକ୍ରମଣ କରାଯାଇ ପାରୁଥିବା ଅସ୍ତ୍ରଶସ୍ତ୍ର ବିକ୍ରିକୁ ଅନୁମୋଦନ ଦେଇଛି । ଆମେରିକାର ଏହି ସାହାଯ୍ୟକୁ ନେଇ ବିଚଳିତ ହୋଇପଡ଼ିଛି ଚୀନ । ତାଇୱାନରେ ଆମେରିକା କୌଣସି ପ୍ରକାରର ହସ୍ତକ୍ଷେପ କରିବା ଚୀନ ଚାହୁଁନାହିଁ ।

ଭାରତକୁ ନେଇ ବି ବିଚଳିତ ଚୀନ

ଗୋଟିଏ ପଟେ ଚୀନ ପାଇଁ ତାଇୱାନ୍ ଚ୍ୟାଲେଞ୍ଜ ହୋଇ ଛିଡ଼ା ହୋଇଥିବା ବେଳେ ଭାରତ ସହ ସୀମା ବିବାଦକୁ ନେଇ ଚୀନ ବିବ୍ରତ ଅଛି । ବିଗ ୪ ମାସ ହେଲା ଲଦାଖରେ ଚୀନ ଓ ଭାରତୀୟ ସେନା ମୁହାଁମୁହିଁ ଅଛନ୍ତି । ଡ୍ରାଗନକୁ ଚାରିଆଡ଼ୁ ଘେରିବାକୁ ଆମେରିକା, ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ଏକାଠି ହୋଇଛନ୍ତି । ନଭେମ୍ବର ହେବାକୁ ଥିବା ମାଲୱାର ଯୁଦ୍ଧାଭ୍ୟାସରେ ୧୩ ବର୍ଷ ପରେ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ନୌସେନା ଏକାଠି ହୋଇ ଚୀନକୁ କଡ଼ା ସନ୍ଦେଶ ଦେଇ ଶକ୍ତି ପ୍ରଦର୍ଶନ କରିବେ ।

Leave a Reply