ଚୀନର ୨୭ ସହରରେ ଲକଡାଉନ, ଘରେ ବନ୍ଦି ହୋଇଛନ୍ତି ୧୬.୫ କୋଟି ଲୋକ

Delhi reports 1042 fresh COVID19 cases In Last 24 Hours

ବେଜିଂ: କମୁନି କରୋନା ସଂକ୍ରମଣ । ଏବେ ଦେଶରେ ପୁଣି ମୁଣ୍ଡ ଟେକିଛି କରୋନା । ଏଥିରୁ ବର୍ତ୍ତିପାରିନି ଉତ୍ପତି ସ୍ଥଳୀ କୁହାଯାଉଥିବା ଚାଇନା । ଚୀନ୍‌ରେ କରୋନା ସଂକ୍ରମଣ ଧିରେ ଧିରେ ଭୟଙ୍କର ହେବାରେ ଲାଗିଛି । ଆଉ ସଂକ୍ରମଣ ଦୃଷ୍ଟିରେ ରଖି ବିଭିନ୍ନ ସହରରେ ପ୍ରତିବନ୍ଧକ ଲଗାଯାଇଛି । ଏବଂ  ବର୍ତ୍ତମାନ ଚୀନ୍‌ର ୨୭ ସହରରେ ଲକ୍‌ଡାଉନ୍ ଲାଗୁ ହୋଇଛି । ଏବଂ ଏହିସବୁ ସହରରେ ରହୁଥିବା ୧୬.୫ କୋଟି ଲୋକ ନିଜ ଘରେ ବନ୍ଦ ହୋଇ ରହିଛନ୍ତି ।

Covid Lockdown In Shanghai Port Supply Chain Affected

ଚୀନ୍‌ର ରାଜନୈତିକ ସହର ବେଜିଂର ସ୍ଥିତି ଭୟଙ୍କର ହୋଇଛି । ଏଠାରେ ସପ୍ତାହରେ ୩ଥର ଲୋକଙ୍କର କରୋନା ପରୀକ୍ଷଣ କରାଯାଉଛି । ଏବଂ ଅଢେଇ କୋଟି ଜନସଂଖ୍ୟା ବିଶିଷ୍ଟ ଚୀନ୍‌ର ବେଜିଂରେ ସମସ୍ତ ସ୍କୁଲ ବନ୍ଦ କରିଦିଆଯାଇଛି । ବିବାହ ଏବଂ ଅନ୍ତିମ ସଂସ୍କାର ଉପରେ ରୋକ୍ ଲଗାଇ ଦିଆଯାଇଛି । ମହାମାରୀ ସମୟରେ ଚୀନ୍ ଜିରୋ କୋଭିଡ୍ ନୀତି ଅବଲମ୍ବନ କରୁଛି ।

ଏହାଦ୍ବାରା ଭାଇରସ୍‌କୁ ରୋକିବାରେ ଲକ୍‌ଡାଉନ୍, ମାସ୍ ଟେଷ୍ଟିଂ, କ୍ବାରେଣ୍ଟାଇନ୍ ଏବଂ ସୀମା ବନ୍ଦ କରିବା ଭଳି କଠୋର ପଦକ୍ଷେପ ଗ୍ରହଣ କରାଯାଉଛି । ମାତ୍ର ଅତ୍ୟଧିକ ସଂକ୍ରାମକ ଓମିକ୍ରନ୍ ଭାରିଆଣ୍ଟ ଯୋଗୁଁ ବଢୁଥିବା ମାମଲା ଚୀନ୍‌ର ଏହି ନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କରୋନା ଭାଇରସ୍ ଚୀନ୍‌ର ଭିନ୍ନ ଭିନ୍ନ ସହରରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ।