ଆମେରିକା ଓ ଭାରତ ସମ୍ପର୍କ ଭାଙ୍ଗିବାକୁ ଚେଷ୍ଟା କରୁଛି ଚୀନ

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଭାରତ ସହ ବିବାଦ ଜାରି ରହିଥିବା ବେଳେ ଚୀନର ଆଉ ଏକ ଚାଲ । ଭାରତକୁ ନିଜର ପ୍ରତିଦ୍ୱନ୍ଦି ଭାବି ଅଡୁଆ ସୃଷ୍ଟି କରିବାରେ କୌଣସି ବି ସୁଯୋଗ ହାତଛଡା କରୁ ନାହିଁ ଚୀନ । ଏଥିପାଇଁ ଭାରତ ସହ ଅନ୍ୟ ଗଣତାନ୍ତ୍ରିକ ଦେଶ ମଧ୍ୟରେ ବିବାଦ ସୃଷ୍ଟି କରିବାକୁ ଚାହୁଁଛି ସେ । ବିଶେଷକରି ଆମେରିକା ଓ ଭାରତ ମଧ୍ୟରେ ଯେମିତି ଫାଟ ସୃଷ୍ଟି ହେବ ସେଥିପାଇଁ ଚୀନ ଷଡ଼ଯନ୍ତ୍ର କରୁଛି  ।

କାରଣ ବିବାଦ ହେଲେ ସୁପରପାୱାର ଆମେରିକାର ସ୍ଥାନ ନେଇପାରିବ ଚୀନ ।  ଆମେରିକାର ବୈଦେଶିକ ବିଭାଗ ଏଭଳି ଆଶଙ୍କା ପ୍ରକାଶ କରିଛି । ନିକଟରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଆ ଦକ୍ଷିଣ ଏସିଆର ବିଭିନ୍ନ ଦେଶ ଗସ୍ତ କରିଥିବା ବେଳେ ଚୀନ ଏହାକୁ ନେଇ ଚିନ୍ତାରେ ରହିଛି  ।

ଚୀନ ସରକାର ଗଣତନ୍ତ୍ର ସମର୍ଥନରେ ନଥିବା ବେଳେ ଗଣତାନ୍ତ୍ରିକ ଦେଶର ମାହୋଲକୁ ବିଗାଡିବାକୁ ଚେଷ୍ଟା କରୁଛି ବୋଲି ଆମେରିକା କହିଛି । ଆମେରିକାର ଏହି ଆଶଙ୍କା ଯଦି ସତ ହୁଏ  ତାହେଲେ ପୂର୍ବ ଲଦାଖରେ ସୀମା ବିବାଦ ଏତେ ଶିଘ୍ର ସମାଧାନ ହେବ ନାହିଁ ବୋଲି ଅନୁମାନ କରାଯାଉଛି  ।

Leave a Reply