ଚୀନର ଏକ ଶବଦାହ ଗୃହକୁ ୨ ଦିନରେ ଆସିଲା ୫୦୦୦ ଅସ୍ଥି କଳସ, ମୃତ୍ୟୁ ସଂଖ୍ୟା ଲୁଚାଉଛି କି ଚୀନ?

ଉହାନ: କରୋନା ଭାଇରସ ପାଇଁ ବିଶ୍ୱର ବଡ଼ ବଡ଼ ଦେଶର ସ୍ଥିତିକୁ ଖରାପ ହେବାରେ ଲାଗିଛି । ଏହି ସମୟରେ, ଚୀନ୍‌ର ଉହାନରେ ଥିବା ଶବଦାହକୁ ହଜାର ହଜାର ଅସ୍ଥି କଳସର ଡେଲିଭରୀ ଦିଆଯାଉଥିବା ଖବର ବାହାରକୁ ଆସୁଛି। କରୋନା ଭାଇସର ସହ ଜଡିତ ତଥ୍ୟ ସମ୍ପର୍କରେ ବିଶ୍ୱ ଚୀନ୍‌କୁ ପୂର୍ବରୁ ପ୍ରଶ୍ନ କରିଆସୁଛି। ଏବେ ପ୍ରଶ୍ନ ଉଠୁଛି କି ଚୀନ୍ ମଧ୍ୟ ମୃତକଙ୍କ ସଂଖ୍ୟାକୁ ଭୁଲ କହୁଛି କି? କହିରଖୁଛୁ ଯେ ଚାଇନାରେ ମଧ୍ୟ ଶବ ଜାଳିବାର ପରମ୍ପରା ରହିଛି ।

ନ୍ୟୁୟର୍କ ପୋଷ୍ଟ ଚୀନ୍‌ର ସ୍ଥାନୀୟ ଗଣମାଧ୍ୟମକୁ ଉଦ୍ଧୃତ କରି କହିଛି ଯେ କରୋନା ଭାଇରସ ଯୋଗୁଁ ଚାଇନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ଉପରେ ସନ୍ଦେହ ହେବାରେ ଲାଗିଛି । ଚୀନ୍‌ର ସୋସିଆଲ ମିଡିଆରେ ଅସ୍ଥି କଳସ ନେଇଥିବା ସମ୍ପର୍କୀୟଙ୍କ ଚିତ୍ର ସେୟାର କରାଯାଉଛି।

ଚୀନ୍‌ର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଦୁଇ ଦିନ ମଧ୍ୟରେ ଉହାନରେ ଏକ ଶବଦାହ ଗୃହକୁ ୫୦୦୦ ଅସ୍ଥି କଳସର ଡେଲିଭରୀ କରାଯାଇଛି । ତେବେ ଏହା ସ୍ପଷ୍ଟ ହୋଇନାହିଁ ଯେ ଅସ୍ଥି କଳସ ଗୁଡ଼ିକରେ କେତୋଟି କଳସରେ ଅସ୍ତି ଭରି ରହିଛି । ଚୀନ୍ ଏପର୍ଯ୍ୟନ୍ତ କେବଳ ୩୩୦୦ ଜଣଙ୍କର କରୋନା ଭାଇରସରେ ମୃତ୍ୟୁ ହୋଇଥିବା ରିପୋର୍ଟ ଦେଇଛି । କିନ୍ତୁ ସାରା ବିଶ୍ୱରେ ମୃତକଙ୍କ ସଂଖ୍ୟାକୁ ଦେଖିଲେ ଚୀନ୍‌ର ମୃତ୍ୟୁ ସଂଖ୍ୟା ରିପୋର୍ଟ ଉପରେ ସନ୍ଦେହ ସୃଷ୍ଟି ହେଉଛି ।

ଉହାନରେ ଶ୍ମଶାନରେ କାମ କରୁଥିବା ଲୋକମାନେ ଏହି ମାମଲାରେ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି। ସେମାନେ କହିଛନ୍ତି ଯେ କେତୋଟି କଳସରେ ଅସ୍ଥି ଭରିହୋଇରହିଛି ତାହା ସେମାନେ କହିପାରିବେ ନାହିଁ ।

 

Leave a Reply