ପୁଣି ଭାରତ ବିରୋଧରେ ଚୀନର ଚାଲାକି, ଲଦାଖ ଚୁସୁଲରେ ପ୍ରତିଷ୍ଠା କଲା ୩ଟି 4-G ମୋବାଇଲ ଟାଓ୍ୱାର

1 min read

ଲଦାଖ: ପୁଣି ସାମ୍ନାକୁ ଆସିଲା ଚୀନର ଚାଲାକି । ପଙ୍ଗୟୋଙ୍ଗ ହ୍ରଦରେ ବେଆଇନ ପୋଲ ନିର୍ମାଣ କରିବା ପରେ ଏବେ ଲଦାଖ ଅନ୍ତର୍ଗତ ଚୁସୁଲ ନିକଟରେ ପ୍ରତିଷ୍ଠା କରିଛି ମୋବାଇଲ ଟାଓ୍ୱାର । ଭାରତ-ଚୀନ ସୀମାର ଅତି ନିକଟରେ ୩ଟି ଟାଓ୍ବାର ପ୍ରତିଷ୍ଠା ହୋଇଛି । ୧୯୬୨ରୁ କିଛି ଅଞ୍ଚଳକୁ ଚୀନ ବେଆଇନ ଭାବେ ଅକ୍ତିଆର କରି ରଖିଥିବାବେଳେ ବିଭିନ୍ନ ଅଞ୍ଚଳରେ ବେଆଇନ ପ୍ରତିଷ୍ଠାମାନ କରିବାରେ ଲିପ୍ତ ରହିଛି ଚୀନ ।

ଭାରତୀୟ ସୀମା ତଥା ହଟସ୍ପ୍ରିଙ୍ଗ ନିକଟରେ ୩ଟି ମୋବାଇଲ ପ୍ରତିଷ୍ଠା କରିବା ଯୋଗୁ ଭାରତୀୟ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ଚୁସୁଲ କାଉନସିଲର କୋନଚୋକ ଷ୍ଟାନଜିନ କହିଛନ୍ତି- ସ୍ଥାନୀୟ ଅଞ୍ଚଳରେ ଥିବା ୧୧ଟି ଗ୍ରାମରେ ଫୋର-ଜି ସେବା ନଥିବାବେଳେ ଚୀନ ପକ୍ଷରୁ ମୋବାଇଲ ସେବା ଆରମ୍ଭ କରାଯାଇଛି । ପ୍ରକୃତ ନିୟନ୍ତ୍ରଣ ରେଖାଠାରୁ ପ୍ରାୟ ୮ କିଲୋମିଟର ମଧ୍ୟରେ ଏହି ଟାଓ୍ବାର ପ୍ରତିଷ୍ଠା ହୋଇଛି ।