ଚୀନ: ଡିସେମ୍ବର ସୁଦ୍ଧା ବଜାରରେ ଉପଲବ୍ଧ ହେବ ଭ୍ୟାକସିନ

ଋଷିଆ ପରେ ଏବେ ଚୀନ କରୋନା ଭ୍ୟାକସିନକୁ ନେଇ ଖୁସି ଖବର ଦେଇଛି । ଏକ ଗଣମାଧ୍ୟମର ଖବର ଅନୁସାରେ ଔଷଧ କମ୍ପାନୀ ସିନୋଫାର୍ମ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଭ୍ୟାକସିନ ସାଧାରଣ ଲୋକଙ୍କ ପାଇଁ ବଜାରରେ ଡିସେମ୍ବର ଶେଷ ବେଳକୁ ଆସିଯିବ । ଦୁଇଟି ଟୀକାର ମୂଲ୍ୟ ପ୍ରାୟ ୧୦,୭୮୦ ଟଙ୍କାରୁ କମ ରହିବ ବୋଲି କୁହାଯାଉଛି । ତେବେ ଏହା ସହିତ ବଜାରକୁ ଏହି ଔଷଧ ଆସିବା ମାତ୍ରେ ଏହାର ମୂଲ୍ୟ କମ ହୋଇଯିବ ବୋଲି କୁହାଯାଉଛି ।

ଚୀନର ରାଷ୍ଟ୍ରୀୟ ଫାର୍ମାସ୍ୟୁଟିକାଲ ଗ୍ରୁପର ଚେୟାରମ୍ୟାନ ଲ୍ୟୁ ଜିଙ୍ଗଜେନଙ୍କ କହିବା ଅନୁସାରେ ତୃତୀୟ ପର‌୍ୟ୍ୟାୟର କ୍ଲିନିକାଲ ପରୀକ୍ଷଣ ପୂରା ହେବା ପରେ ଏହାର ମାର୍କେଟିଙ୍ଗ ସମୀକ୍ଷା କରାଯିବ । ତେବେ ଦୁଇଟି ଟୀକାର ମୂଲ୍ୟ ୧୦,୭୮୦ରୁ କମ ହେବ ବୋଲି ଲ୍ୟୁ ଜିଙ୍ଗଜେନ କହିଛନ୍ତି । ତେବେ ସହରରେ ରହୁଥିବା ଛାତ୍ର ଏବଂ ଅନ୍ୟ ଲୋକ ମାନଙ୍କ ପାଇଁ ଏହି ଔଷଧର ଆବଶ୍ୟକତା ଯେତିକି ପରିମାଣର ରହିଛି ଗ୍ରମାଞ୍ଚଳରେ ରହୁଥିବା ବ୍ୟକ୍ତିଙ୍କ ପାଇଁ ସେତେ ମାତ୍ରାରେ ଗୁରୁତ୍ୱପୂର୍ଣ୍ଣ ନୁହେଁ । ବିଜିଂ ଏବଂ ବୁହାନରେ ଦୁଇଟି ଭିନ୍ନ ଭିନ୍ନ ଭ୍ୟାକସିନ ପ୍ରସ୍ତୁତ କରାଯାଉଛି । ତୃତୀୟ ପର‌୍ୟ୍ୟାୟ ପାଇଁ ଏହି ଭ୍ୟାକସିନକୁ ଜୁନ ମାସରେ ୟୁଏଇ ପଠାଇ ଦିଆଯାଇଛି । ଲ୍ୟୁ ନିଜେ ଏହାର ଦୁଇଟି ଟୀକା ନେଇଛନ୍ତି ଏବଂ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇନାହିଁ ବୋଲି କହିଛନ୍ତି ଲ୍ୟୁ । ଏହା ପୂର୍ବରୁ ସିନୋଫାର୍ମ କମ୍ପାନୀ ଦାବି କରିଥିଲାଯେ ଇମ୍ୟୁନ ରେସପନ୍ସରେ ତା ଭ୍ୟାକସିନ ପ୍ରାୟ ସଫଳ ହୋଇଛି । ଖବର ଅନୁସାରେ ଏବେ ରେଗ୍ୟୁଲେଟରୀ ଅନୁମତି ପାଇଁ ଏହାକୁ ପରୀକ୍ଷଣ କରାଯିବ ।

Leave a Reply