spot_img

Latest Posts

ସିକ୍କିମ ସୀମାରୁ ମାତ୍ର ୧୫୦ କିଲୋମିଟର ଦୂରରେ ଯୁଦ୍ଧବିମାନ ମୁତୟନ କଲା ଚୀନ୍‌

ଗ୍ୟାଙ୍ଗଟକ: ପୁଣି ଚୀନ ଦେଖାଇଲା ଦାଦାଗିରି। ସିକ୍କିମ ସୀମାଠାରୁ ମାତ୍ର ୧୫୦ କିଲୋମିଟର ଦୂରରେ ମୁତୟନ କରିଛି ଅତ୍ଯାଧୁନିକ ଜେ-୨୦ ଷ୍ଟେଲଥ ଫାଇଟର ଜେଟ। ସାଟେଲାଇଟ ଚିତ୍ରରୁ ଏହି ତଥ୍ଯ ମିଳିବା ପରେ ଭାରତକୁ ଲାଗିଛି ଛନକା। ଗୋଟିଏ କି ଦୁଇଟି ନୁହେଁ ୬ଟି ଷ୍ଟେଲଥ ଫାଇଟର ଜେଟ ମୁତୟନ କରିଛି ଚୀନ। ଏହି ଜେଟ ଉଭୟ ସାମରିକ ଓ ବେସାମରିକ କାର୍ଯ୍ୟକଳାପରେ ବ୍ଯବହୃତ ବିମାନବନ୍ଦରରେ ମୁତୟନ କରାଯାଇଛି।

ତିବ୍ଦତର ଦ୍ବିତୀୟ ବୃହତ୍ତମ ସହର ସିଗାତସେରେ ଏହି ଜେଟ ମୁତୟନ ହୋଇଛି। ସବୁଠାରୁ ବଡ଼କଥା ହେଲା ବିଶ୍ବର ସବୁଠାରୁ ଉଚ୍ଚ ବିମାନବନ୍ଦର କୁହାଯାଉଥିବା ଏହି ବିମାନବନ୍ଦରର ରହିଛଇ ୧୨ ହଜାର ୪୦୮ ଫୁଟ ଉଚ୍ଚତାରେ। ସେଠାରେ ଏୟାରବର୍ଣ୍ଣ ଅର୍ଲି ୱାର୍ଣ୍ଣିଂ ଆଣ୍ଡ କଣ୍ଟ୍ରୋଲ ଏୟାରକ୍ରାଫ୍ଟ କେଜେ ୫୦୦ ମଧ୍ଯ ସେଠାରେ ମୁତୟନ ହୋଇଥିବା ସାଟେଲାଇଟରୁ ଇମେଜରୁ ସ୍ପଷ୍ଟ ହୋଇଛି। ତେବେ ଏନେଇ କୌଣସି ପ୍ରତିକ୍ରିୟା ରଖିନାହିଁ ବାୟୁ ସେନା।

ଜେ-୨୦ ଷ୍ଟେଲଥ ଫାଇଟର ଜେଟ ହେଉଛି ଚୀନର ସବୁଠାରୁ ଉନ୍ନତ ଯୁଦ୍ଧ ବିମାନ। ଚୀନର ଜେ-୨୦ର ମୁକାବିଲା ଲାଗି ଫ୍ରାନ୍ସଠାରୁ ଭାରତ ହାସଲ କରିଛି ୩୬ଟି ରାଫେଲ ଯୁଦ୍ଧ ବିମାନ।

Latest Posts

Don't Miss