ନିଜ ଦେଶରେ କରୋନାର ଯାଞ୍ଚ ପାଇଁ WHOକୁ ଅନୁମତି ଦେଲାନାହିଁ ଚୀନ୍, ଜାଣନ୍ତୁ କାହିଁକି
1 min read
World Health Organization leaders at a press briefing on COVID-19, held on March 6 at WHO headquarters in Geneva. Here's a look at its history, its mission and its role in the current crisis.
ନୂଆଦିଲ୍ଲୀ: କରୋନା ଏବେ ପୁରା ବିଶ୍ୱରେ ଆତଙ୍କ ଖେଳାଇଛି। ଚୀନରୁ ଏହି ଭୟଙ୍କର ଭୂତାଣୁ ଆସିଥିବା ଚାରିଆଡେ ଚର୍ଚ୍ଚା ହେଉଛି । କାରଣ କରୋନା ଭୂତାଣୁ ପ୍ରଥମେ ଚୀନର ଏକ ସହର ଉହାନରୁ ଆସିଥିଲା । ତେବେ ଏହି ଚର୍ଚ୍ଚାରେ କେତେ ସତ୍ୟତା ରହିଛି ତାହା ଜାଣିବାକୁ ପ୍ରୟାସ କରିଥିଲା WHO । ସେଥିପାଇଁ ଚୀନକୁ ଯାଇ କରୋନା ଭୂତାଣୁର ଉତ୍ସ ଖୋଜିବାକୁ ଚାହିଁଥିଲା । ହେଲେ ଚୀନ ତା ଦେଶରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଧିକାରୀ ମାନଙ୍କୁ ପ୍ରବେଶ କରିବାକୁ ମନା କରିଦେଇଛି। ଚୀନ୍ର ଅନୁସନ୍ଧାନକାରୀ ଦଳକୁ ଅନୁମତି ନଦେବା ଖବର ଏକ ସମୟରେ ଆସିଥିଲା ଯେତେବେଳେ ବେଜିଂରେ କରୋନା ଭୂତାଣୁ ବିଷୟରେ ଅନେକ କିଛି ଲୁଚାଇଥିବାର ଅଭିଯୋଗ ହୋଇଥିଲା।
ସାରା ଦେଶ ଚୀନ ଉପରେ ଦୋଷ ଲଦୁଥିବା ବେଳେ ଚୀନ୍ କିନ୍ତୁ ଉହାନରୁ କରୋନା ଭୂତାଣୁ ଆସିନଥିବା କହିଛି। WHO ର ମୁଖ୍ୟ କହିଛନ୍ତି ଯେ ଚୀନ୍ କର୍ତ୍ତୃପକ୍ଷ ମାନେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞ ଦଳକୁ ଅନୁମତି ଦେଇ ନାହାଁନ୍ତି । ଯେଉଁଥିପାଇଁ ସେମାନେ ଅତ୍ୟନ୍ତ ନିରାଶ ହୋଇଛନ୍ତି। କରୋନା ଭୂତାଣୁ ବିସ୍ତାର ହେବାର ଏକ ବର୍ଷ ପରେ WHO ବିଶେଷଜ୍ଞଙ୍କ ଏକ ଦଳ ଚୀନ୍ ଗସ୍ତରେ ଆସି ଏହି ମହାମାରୀର ଉତ୍ସ ଜାଣିବାକୁ ସ୍ଥିର କରିଥିଲେ।