ବେଜିଂ: ଚୀନରେ କାୟା ବିସ୍ତାର କରିଚାଲିଛି କରୋନା । ଏହି ଭାଇରସର ସବୁଠୁ ଅଧିକା ପ୍ରଭାବ ପଡ଼ିଛି ଚୀନର ଆର୍ଥିକ ରାଜଧାନୀ ସଂଘାଇରେ । କରୋନା ଯୋଗୁ ସଂଘାଇ ଦୀର୍ଘ ଏକ ମାସ ଧରି ଲକଡାଉନରେ ଅଛି । କେବଳ ଜରୁରୀ ସେବାକୁ ଛାଡ଼ିଦେଲ ଅନ୍ୟ ସବୁ ବନ୍ଦ ରହିଛି । ଏହା ଯୋଗୁ ସଂଘାଇର ଆର୍ଥିକ କାରବାର ବି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ।
https://twitter.com/ScottGottliebMD/status/1516161345661591558?s=20&t=8BevvteWvQs-8oyFvRkdkw
ଏହାର ସବୁଠୁ ଖରାପ ପ୍ରଭାବ ପଡ଼ିଛି ସଂଘାଇ ପୋର୍ଟରେ । ସେଠାରେ ଅନେଇ ଜାହାଜ ଠିଆ ହୋଇ ରହିଛି । ଏହାର କାରଣ ହେଉଛି ପୂର୍ବ ଚୀନର ସାଗରରେ ଟ୍ରାଫିକ୍ ଜାମ୍ ହୋଇ ରହିଛି ।
ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏହି ଫଟୋରେ ଅନେକ ଜାହାଜ ରହିଥିବା ଦେଖାଯାଉଛି । ଅନେକ କିଲୋମିଟର ପଯ୍ୟନ୍ତ ଏହି ଜାହାଜ ଠିଆ ହୋଇ ରହିଥିବା ଫଟୋରେ ସ୍ପଷ୍ଟ ଦେଖାଯାଉଛି । ଜାହାଜ ଗୁଡ଼ିକୁ ଆଗକୁ ବଢ଼ିବାକୁ ଅନୁମତି ନଥିବାରୁ ଏହି ଅସୁବିଧା ହୋଇଥିବା ଜଣାପଡ଼ିଛି ।
ଅନେକ ଜାହାଜରେ ଖାଇବା ପିଇବା ଏବଂ ଆବଶ୍ୟକୀୟ ସାମଗ୍ରୀ ସରିବାକୁ ବସିଲାଣି । ଏବେ ଏହି ଜାହାଜ ଗୁଡ଼ିକୁ କେତେ ଦିନ ଯାଏ ସମୁଦ୍ରରେ ରଖାଯିବା ନା ତାଙ୍କୁ ବନ୍ଦରକୁ ଆସିବାକୁ ଅନୁମତି ଦିଆଯିବ ତାହା ଏକ ପ୍ରକାର ଅନିଶ୍ଚିତତା ଘେରକୁ ଚାଲିଯାଇଛି ।

