ଋଷର ସହର ଉପରେ ନିଜ ଦାବି ଜଣାଇଲା ଚୀନ୍: କହିଲା ୧୮୬୦ ପୂର୍ବରୁ ଥିଲା ଚୀନର ଅଂଶ

1 min read

ମସ୍କୋ: ଚୀନ୍‌ ଗତ କିଛି ଦିନ ହେବ ପଡ଼ୋଶୀ ଦେଶମାନଙ୍କ ସହିତ ଲଗାତାର ଭାବେ ସୀମା ବିବାଦ ସୃଷ୍ଟି କରୁଛି । ଚୀନ୍ ବର୍ତ୍ତମାନ ଋଷର ଭ୍ଳାଦିବୋସ୍ତୋକ୍‌ ସହରକୁ ନିଜର ବୋଲି କହିଛି । ଚୀନ୍‌ର ଅଫିସିଆଲ୍ ନ୍ୟୁଜ୍ ଚ୍ୟାନେଲ୍ ସିଜିଟିଏନ୍‌ର ସମ୍ପାଦକ ଶେନ୍ ସିଓ୍ୱଇ ଦାବି କରିଛନ୍ତି ଯେ,ଋଷର ଭ୍ଳାଦିବୋସ୍ତୋକ୍‌ ସହର ୧୮୬୦ ପୂର୍ବରୁ ଚୀନ୍‌ର ଅଂଶ ଥିଲା । ଏବଂ ଏହି ସହର ପୂର୍ବରୁ ହେଶନଓ୍ୱାଇ ନାମରେ ପରିଚିତ ।

ଚୀନ୍‌ର ସମସ୍ତ ଗଣମାଧ୍ୟମ ସରକାରଙ୍କ ଅଧୀନସ୍ଥ । ଏଥିରେ ବସିଥିବା ଲୋକମାନେ ଚୀନ୍ କମ୍ୟୁନିଷ୍ଟ ପାର୍ଟିର ଆଦେଶରେ ଅନୁଯାୟୀ କାମ କରନ୍ତି । ବିଶ୍ୱାସ କରାଯାଏ ଯେ, ଚାଇନାର ଗଣମାଧ୍ୟମରେ ମୋଟାମୋଟି ଭାବେ  ସେଠାକାର ସରକାରଙ୍କ ଚିନ୍ତାଧାରାକୁ ପ୍ରତିଫଳିତ କରିଥାଏ | ଏଭଳି ପରିସ୍ଥିତିରେ ଶେନ୍‌ ସିଓ୍ୱଇଙ୍କ ଟ୍ୱିଟ ଗୁରୁତ୍ୱପୂର୍ଣ୍ଣ ।

RUSIA EN EL MUNDO - ArcGIS StoryMaps

ନିକଟ ଅତୀତରେ ଋଷ ସହିତ ଚୀନର ସମ୍ପର୍କ ଖରାପ ହୋଇଛି 

କିଛି ଦିନ ପୂର୍ବରୁ ଋଷ ଅଭିଯୋଗ କରିଥିଲା ଯେ, ଚାଇନାର ଗୁପ୍ତଚରମାନେ ବୁଡ଼ାଜାହାଜ ସହ ଜଡ଼ିତ ଅତି ଗୁରୁତ୍ୱପୂର୍ଣ୍ଣ ତଥା ସିକ୍ରେଟ୍‌ ଫାଇଲ ଚୋରି କରିଛନ୍ତି । ଏହି ମାମଲାରେ ରୁଷ ନିଜର ଜଣେ ନାଗରିକଙ୍କୁ ମଧ୍ୟ ଗିରଫ କରିଥିଲା । ଯାହାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ଋଷ ସରକାରଙ୍କ ଏକ ବଡ଼ ପଦବୀରେ ଥିଲେ, ଯିଏ ଏହି ଫାଇଲକୁ ଚୀନ୍‌କୁ ଦେଇଥିଲେ।

Indian and Chinese troops 'clash on border' in Sikkim - BBC News

ଏସିଆରେ ଚୀନ୍‌ର ବିସ୍ତାରବାଦି ନୀତି ଯୋଗୁଁ ଭାରତ ପ୍ରତି ସବୁଠାରୁ ବେଶୀ ବିପଦ ସୃଷ୍ଟି ହୋଇଛି । ଲଦାଖରେ ଚୀନ୍ ସେନାର ସମାବେଶ ଏହାର ଏକ ସ୍ପଷ୍ଟ ଉଦାହରଣ । ଏହା ବ୍ୟତୀତ ପୂର୍ବ ଚୀନ୍ ସାଗରରେ ଅବସ୍ଥିତ ଦ୍ୱୀପପୁଞ୍ଜରେ ଚୀନ୍ ଏବଂ ଜାପାନରେ ମଧ୍ୟ ଉତ୍ତେଜନା ଅଧିକ ରହିଛି।

A submarine revolution: lithium-ion battery system for more ...

ନିକଟରେ ଜାପାନ ଚାଇନାର ଏକ ବୁଡ଼ାଜାହାଜକୁ ନିଜ ଜଳସୀମାରୁ ବାହାର କରି ଦେଇଥିଲା। ତାଇୱାନ ଉପରେ ସାମରିକ ବ୍ୟବହାରକୁ ଚୀନ୍ ମଧ୍ୟ ଖୋଲାଖୋଲି ଧମକ ଦେଇଛି । ଆଜିକାଲି ଚାଇନାର ଯୁଦ୍ଧ ବିମାନ ମଧ୍ୟ ତାଇୱାନର ଆକାଶ ସୀମାକୁ ଅନେକ ଥର ଉଲ୍ଲଘଂନ କରିଛି। ଏଥିସହିତ ଫିଲିପାଇନ୍ସ, ମାଲେସିଆ, ଇଣ୍ଡୋନେସିଆ ସହିତ ଚୀନ୍‌ର ମଧ୍ୟ ବିବାଦ ରହିଛି।

Leave a Reply