ଋଷର ସହର ଉପରେ ନିଜ ଦାବି ଜଣାଇଲା ଚୀନ୍: କହିଲା ୧୮୬୦ ପୂର୍ବରୁ ଥିଲା ଚୀନର ଅଂଶ
1 min readମସ୍କୋ: ଚୀନ୍ ଗତ କିଛି ଦିନ ହେବ ପଡ଼ୋଶୀ ଦେଶମାନଙ୍କ ସହିତ ଲଗାତାର ଭାବେ ସୀମା ବିବାଦ ସୃଷ୍ଟି କରୁଛି । ଚୀନ୍ ବର୍ତ୍ତମାନ ଋଷର ଭ୍ଳାଦିବୋସ୍ତୋକ୍ ସହରକୁ ନିଜର ବୋଲି କହିଛି । ଚୀନ୍ର ଅଫିସିଆଲ୍ ନ୍ୟୁଜ୍ ଚ୍ୟାନେଲ୍ ସିଜିଟିଏନ୍ର ସମ୍ପାଦକ ଶେନ୍ ସିଓ୍ୱଇ ଦାବି କରିଛନ୍ତି ଯେ,ଋଷର ଭ୍ଳାଦିବୋସ୍ତୋକ୍ ସହର ୧୮୬୦ ପୂର୍ବରୁ ଚୀନ୍ର ଅଂଶ ଥିଲା । ଏବଂ ଏହି ସହର ପୂର୍ବରୁ ହେଶନଓ୍ୱାଇ ନାମରେ ପରିଚିତ ।
This “tweet” of #Russian embassy to #China isn’t so welcome on Weibo
“The history of Vladivostok (literally 'Ruler of the East') is from 1860 when Russia built a military harbor.” But the city was Haishenwai as Chinese land, before Russia annexed it via unequal Treaty of Beijing. pic.twitter.com/ZmEWwOoDaA— Shen Shiwei 沈诗伟 (@shen_shiwei) July 2, 2020
ଚୀନ୍ର ସମସ୍ତ ଗଣମାଧ୍ୟମ ସରକାରଙ୍କ ଅଧୀନସ୍ଥ । ଏଥିରେ ବସିଥିବା ଲୋକମାନେ ଚୀନ୍ କମ୍ୟୁନିଷ୍ଟ ପାର୍ଟିର ଆଦେଶରେ ଅନୁଯାୟୀ କାମ କରନ୍ତି । ବିଶ୍ୱାସ କରାଯାଏ ଯେ, ଚାଇନାର ଗଣମାଧ୍ୟମରେ ମୋଟାମୋଟି ଭାବେ ସେଠାକାର ସରକାରଙ୍କ ଚିନ୍ତାଧାରାକୁ ପ୍ରତିଫଳିତ କରିଥାଏ | ଏଭଳି ପରିସ୍ଥିତିରେ ଶେନ୍ ସିଓ୍ୱଇଙ୍କ ଟ୍ୱିଟ ଗୁରୁତ୍ୱପୂର୍ଣ୍ଣ ।
ନିକଟ ଅତୀତରେ ଋଷ ସହିତ ଚୀନର ସମ୍ପର୍କ ଖରାପ ହୋଇଛି
କିଛି ଦିନ ପୂର୍ବରୁ ଋଷ ଅଭିଯୋଗ କରିଥିଲା ଯେ, ଚାଇନାର ଗୁପ୍ତଚରମାନେ ବୁଡ଼ାଜାହାଜ ସହ ଜଡ଼ିତ ଅତି ଗୁରୁତ୍ୱପୂର୍ଣ୍ଣ ତଥା ସିକ୍ରେଟ୍ ଫାଇଲ ଚୋରି କରିଛନ୍ତି । ଏହି ମାମଲାରେ ରୁଷ ନିଜର ଜଣେ ନାଗରିକଙ୍କୁ ମଧ୍ୟ ଗିରଫ କରିଥିଲା । ଯାହାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ଋଷ ସରକାରଙ୍କ ଏକ ବଡ଼ ପଦବୀରେ ଥିଲେ, ଯିଏ ଏହି ଫାଇଲକୁ ଚୀନ୍କୁ ଦେଇଥିଲେ।
ଏସିଆରେ ଚୀନ୍ର ବିସ୍ତାରବାଦି ନୀତି ଯୋଗୁଁ ଭାରତ ପ୍ରତି ସବୁଠାରୁ ବେଶୀ ବିପଦ ସୃଷ୍ଟି ହୋଇଛି । ଲଦାଖରେ ଚୀନ୍ ସେନାର ସମାବେଶ ଏହାର ଏକ ସ୍ପଷ୍ଟ ଉଦାହରଣ । ଏହା ବ୍ୟତୀତ ପୂର୍ବ ଚୀନ୍ ସାଗରରେ ଅବସ୍ଥିତ ଦ୍ୱୀପପୁଞ୍ଜରେ ଚୀନ୍ ଏବଂ ଜାପାନରେ ମଧ୍ୟ ଉତ୍ତେଜନା ଅଧିକ ରହିଛି।
ନିକଟରେ ଜାପାନ ଚାଇନାର ଏକ ବୁଡ଼ାଜାହାଜକୁ ନିଜ ଜଳସୀମାରୁ ବାହାର କରି ଦେଇଥିଲା। ତାଇୱାନ ଉପରେ ସାମରିକ ବ୍ୟବହାରକୁ ଚୀନ୍ ମଧ୍ୟ ଖୋଲାଖୋଲି ଧମକ ଦେଇଛି । ଆଜିକାଲି ଚାଇନାର ଯୁଦ୍ଧ ବିମାନ ମଧ୍ୟ ତାଇୱାନର ଆକାଶ ସୀମାକୁ ଅନେକ ଥର ଉଲ୍ଲଘଂନ କରିଛି। ଏଥିସହିତ ଫିଲିପାଇନ୍ସ, ମାଲେସିଆ, ଇଣ୍ଡୋନେସିଆ ସହିତ ଚୀନ୍ର ମଧ୍ୟ ବିବାଦ ରହିଛି।