କରୋନା ଭାଇରସ୍ ତ ଆରମ୍ଭ ମାତ୍ର ! ଆଗକୁ ଅଧିକ ଅଜ୍ଞାତ ଭାଇରସ ଆକ୍ରମଣର ଆଶଙ୍କା

ଉହାନ: ଚିନର ଜଣେ ପ୍ରମ୍ମୁଖ ଭାଇରୋଲଜିଷ୍ଟ ନୂଆ ଭାଇରସମାନଙ୍କ ଆକ୍ରମଣକୁ ନେଇ କହିଛନ୍ତି ଯେ, କରୋନା ଭାଇରସ୍ ଏକ ଛୋଟ ଘଟଣା ଏବଂ ଏହା ସମସ୍ୟାର ଆରମ୍ଭ ମାତ୍ର । ଚିନର ସନ୍ଦିଗ୍ଧ ସଂସ୍ଥା ଉହାନ ଇନଷ୍ଟିଚ୍ୟୁଟ ଅଫଂ ବାୟରୋଲଜିର ନିର୍ଦ୍ଦେଶକ ଶ୍ରୀ ଝେଙ୍ଗଲି ଚିନର ସରକାରୀ ଟେଲିଭିଜନରେ କଥା ହେଉଥିବା ସମୟରେ  ଆଗକୁ ହେବାକୁ ଥିବା ଭାଇରସ ଆକ୍ରମଣକୁ  ନେଇ ଏଭଳି ଚେତାବନୀ ଦେଇଛନ୍ତି ।

ଝେଙ୍ଗଲି ବାଦୁଡ଼ିମାନଙ୍କ ଠାରେ ଥିବା ବେଟ୍ କରୋନା ଭାଇରସ୍ ଉପରେ ରିସର୍ଚ କରିସାରିଛନ୍ତି । ଏଥିପାଇଁ ତାଙ୍କୁ ବେଟ୍ ଓମେନ ବୋଲି ମଧ୍ୟ କୁହାଯାଏ ।

ଝେଙ୍ଗଲି କହିଛନ୍ତି ଯେ, ଭାଇରସକୁ ନେଇ ଯେଉଁ ରିସର୍ଚ କରାଯାଏ, ତାହାକୁ ନେଇ ସରକାର ଏବଂ ବୈଜ୍ଞାନିକମାନେ ସ୍ପଷ୍ଟ ହେବା ଦରକାର । ସେ କହିଛନ୍ତି କି ଏହା ବହୁତ ଦୁଖଦ ହୋଇଥାଏ ଯେତେବେଳେ ବିଜ୍ଞାନକୁ ରାଜନୀତିକରଣ କରାଯାଏ । ସେ ଏହା ମଧ୍ୟ କହିଛନ୍ତି ଯେ, ଯଦି ଆମେ ଆଗକୁ ଥିବା ସଂକ୍ରମଣରୁ ବଞ୍ଚିବାକୁ ଚାହୁଁଛେ ତେବେ ଆମକୁ ଜୀବମାନଙ୍କଠାରେ ଥିବା ଅଜ୍ଞାତ ଭାଇରସକୁ ନେଇ ପୂର୍ବରୁ ସୂଚନା ସଂଗ୍ରହ କରିବା ସହ ଚେତାବନୀ ଦେବାକୁ ପଡ଼ିବ ।

ଶ୍ରୀ  ଝେଙ୍ଗଲି କହିଛନ୍ତି ଯେ, ଆମେ ଯଦି ଅଜ୍ଞାତ ଭାଇରସ୍ ଉପରେ ଅଧୟନ ନକରିବା ତେବେ ଆଉ ଏକ ସଂକ୍ରମଣ ବ୍ୟାପିଯିବ । କହିରଖୁଛୁ ଯେ ତାଙ୍କର ଏହି ସାକ୍ଷାତକାର ଏମିତି ସମୟରେ ଟିଭିରେ ପ୍ରସାରଣ କରାଯାଇଛି ଯେଉଁ ସମୟରେ ଚିନର ପ୍ରମୁଖ ନେତାମାନଙ୍କର ବାର୍ଷିକ ବୈଠକ ଆରମ୍ଭ ହେବାକୁ ଯାଉଛି ।

ଏହାସହ କରୋନା ଭାଇରସ୍ ପାଇଁ ବିଶ୍ୱର ଅନେକ ଦେଶ ଉହାନରେ ଥିବା ଚିନି ଲାବକୁ ସନ୍ଦେହ କରୁଛନ୍ତି । ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ଏହା ମଧ୍ୟ କହିଥିଲେ ଯେ, କୋରନା ଭାଇରସ୍ ଚିନି ଲାବରୁ ବାହାରିଥିବାର ପ୍ରମାଣ ଅଛି । ଯଦିଓ ଚିନ ଏବଂ ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋଲଜି ଏମିତି ଅଭିଯୋଗକୁ ଖାରଜ କରିଛି ।

Leave a Reply