ଚାଇନା ଆପ୍ ବ୍ୟାନ୍ ପ୍ରସଙ୍ଗ: ଭାରତୀୟ ନ୍ୟୁଜ୍ ୱେବସାଇଟକୁ ବ୍ୟାନ୍ କଲା ଚୀନ୍

1 min read

ନୂଆଦିଲ୍ଲୀ: ଭାରତ ୫୯ଟି ଚାଇନା ଆପ୍ ବ୍ୟାନ୍ କରିବାର ଉତ୍ତର ଦେଇଛି ଚୀନ୍ । ଭାରତର ପଦକ୍ଷେପକୁ ନେଇ ନାରାଜ ଥିବା ବେଜିଂ ଭାରତୀୟ ନ୍ୟୁଜ୍ ୱେବସାଇଟ୍ ଓ ଲାଇଭ୍ ଟିଭିକୁ ବ୍ୟାନ୍ କରିଦେଇଛି । ଚୀନରେ ଏବେ ଭାରତୀୟ ୱେବସାଇଟ ଓ ଲାଇଭ୍ ଟିଭି ଦେଖିବାକୁ ଭର୍ଚୁଆଲ୍ ପ୍ରାଇଭେଟ୍ ନେଟୱର୍କର ଆବଶ୍ୟକତା ପଡିବ । ତେବେ ଦୁଇ ଦିନ ହେବ ଭିପିଏନ୍ ମଧ୍ୟ  ବ୍ଲକ୍ ରହିଛି ।ତେବେ ଏବେ ମିଳୁଥିବା ସୂଚନା ଅନୁସରେ ବେଜିଂ ଆଦେଶରେ ଭାରତୀୟ ନ୍ୟୁଜ୍ ୱେବସାଇଟକୁ ବ୍ଲକ୍ କରିଦିଆଯାଇଛି ।

news websites

ବେଜିଂରେ ଅବସ୍ଥାପିତ ଜଣେ ଭାରତୀୟ ଦୂତାବାସ କର୍ମଚାରୀଙ୍କ ଅନୁସାରେ ଏବେ ଚୀନରେ ଭାରତୀୟ ଲାଇଭ୍ ଟିଭିକୁ କେବଳ ଆଇପି ଟିଭି ଜରିଆରେ ହିଁ ଦେଖା ଯାଇପାରିବ । ତେବେ ଏକ୍ସପ୍ରେସ ଭିପିଏନ୍ ଚୀନର ଆଇଫୋନ୍ ଓ ଡେସ୍କଟପରେ ଗତ ଦୁଇ ଦିନ ଧରି କାମ କରୁନାହିଁ । ଭିପିଏନ୍ ଜରିଆରେ ସେନସର କରାଯାଇଥିବା ୱେବସାଇଟକୁ ଦେଖା ଯାଇପାରିବ ।ତେବେ କୁହାଯାଉଛି ଯେ, ଚୀନ୍ ଏହାକୁ ମଧ୍ୟ ବ୍ୟାନ୍ କରିବାକୁ ଆଡଭାନ୍ସ ଫାୟାରୱାଲ୍ ତିଆରି କରିଥିବା କୁହାଯାଉଛି । ଯାହା ଭିପିଏନକୁ ବ୍ଲକ୍ କରିବାରେ ସକ୍ଷମ । ଏହା ଜରିଆରେ ଚୀନ୍ କେବଳ ଭାରତୀୟ ୱେବସାଇଟକୁ ବ୍ଲକ୍ କରୁନାହିଁ ଏହା ମଧ୍ୟ ବିବିସି ଓ ସିଏନଏନର ନ୍ୟୁଜ୍ ଷ୍ଟୋରୀକୁ ଫିଲ୍ଟର କରୁଛି । ହଂକଂ ସମ୍ବନ୍ଧିତ କୌଣସି ଷ୍ଟୋରୀ ଆସିଲେ ଏହା ମନକୁ ମନ ବ୍ଲାକଆଉଟ୍ ହୋଇଯାଏ । ସେହି ଷ୍ଟୋରୀ ସରିଲା ପରେ ପୁଣିଥିଲେ ୱେବସାଇଟ୍ ଚାଲିଥାଏ ।

ଚୀନ ସରକାରୀ ମିଡିଆ କ’ଣ କହୁଛି ?

ଭାରତ ସରକାର ସୋମବାର ଦିନ ୫୯ ଚୀନ୍ ଆପକୁ ବ୍ୟାନ୍ କରିଥିଲେ । ଏହାକୁ ନେଇ ଚୀନ୍ ଆଧିକାରିକ ଭାବେ କୌଣସି ପ୍ରତିକ୍ରିୟା ଦେଇନାହିଁ । କିନ୍ତୁ ଚୀନର ସରକାରୀ ମିଡିଆ ଭାରତକୁ ଏଥିପାଇଁ ଧମକ ଦେଇଛି । ଗ୍ଲୋବାଲ ଟାଇମ୍ସ ଭାରତ ଆମେରିକାକୁ ଅନୁସରଣ କରି ଏଭଳି ପଦକ୍ଷେପ ନେଇଛି ବୋଲି କହିଛି । ଏହି ପଦକ୍ଷେପ ଦ୍ୱାରା ଇଣ୍ଟରନେଟ୍ ଷ୍ଟାର୍ଟଅପ୍ କମ୍ପାନୀ ପ୍ରଭାବିତ ହେବେ ବୋଲି ଗ୍ଲୋବାଲ ଟାଇମ୍ସ କହିଛି ।

Leave a Reply