ମୃତ ଦାଦିଙ୍କୁ ଜୀବିତ କରିବାକୁ AIର ସାହାରା ନେଲେ ଚୀନ ଯୁବକ, ଚକିତ ହୋଇଗଲା ପୂରା ଦୁନିଆ

1 min read

ବେଜିଂ: ସାରା ଦୁନିଆରେ ଏବେ ଆର୍ଟିଫିସିବଲ ଇଣ୍ଟେଲିଜେନ୍ସ ମାନେ AIର ଉପଯୋଗ ବଢ଼ିବାରେ ଲାଗିଛି । ଲୋକମାନେ ବି ଏହାର ଲାଭ ଉଠାଇବାକୁ ଚାହୁଁଛନ୍ତି । ଏହାରି ଭିତରେ ଏବେ ଏମିତି ଏକ ଖବର ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଚୀନରରେ ଜଣେ ବ୍ୟକ୍ତି ତାଙ୍କର ମୃତ ଦାଦିଙ୍କୁ ପୁଣି ଜୀବିତ କରିବାକୁ ଚେଷ୍ଟା କରିଛନ୍ତି । ଏଥିପାଇଁ ସେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସାହାଯ୍ୟ ନେଇଛନ୍ତି । ଏହା କରିବା ପରେ ସେ କିଛି ଭାଗ ସଫଳତା ପାଇଛନ୍ତି । ସଂଘାଇରେ ରହୁଥିବା ଏହି ଯୁବକ କିଛି ଚମତ୍କାର କରିବାକୁ ଚେଷ୍ଟା କରିଛନ୍ତି ।

ଚାଇନାର ଏକ ମିଡିଆ ରିପୋର୍ଟ ଅନୁସାରେ ୨୪ ବର୍ଷିୟ ଯୁବକଙ୍କ ବୁ ବୁଲିୟୁଙ୍କ ଏପରି ପ୍ରୟାସ ସାରା ଚୀନରେ ଟେକନିକ କ୍ଷେତ୍ରରେ ଆଲୋଡ଼ନ ସୃଷ୍ଟି କରିଛି । ସେ ତାଙ୍କ ମୃତ ଜେଜେମାଆଙ୍କୁ AI ସହାୟତାରେ କଥାବର୍ତ୍ତା ହୋଇଛନ୍ତି । ଏହାର ଏକ ଭିଡ଼ିଓ ଏବେ ଭାଇରାଲ ହେଉଛି ।

ଭିଡିଓରେ ନାତୀ କରୁଛନ୍ତି ଦାଦି ମୋ ବାପା ଏବଂ ମୁଁ ନୂଆ ବର୍ଷ ସେଲିବ୍ରେଟ କରିବା ପାଇଁ ଗୃହନଗର ପୁଣି ଥରେ ଯିବୁ । ମୋ ବାପା ଆପଣଙ୍କୁ ପୂର୍ବରୁ ଫୋନ କରିଥିଲେ । ତାଙ୍କୁ ଆପଣ କ’ଣ କହିଲେ ? ଏହି ଉତ୍ତର ଦାଦି କହିଲେ ଯେ, ମୁଁ ତାକୁ କହିଲି ଯେ, ମଦ ପିଇବୁନି । ଭଲ ଲୋକ ହେବୁ ଏବଂ ତାସ୍ ଖେଳିବୁନି ।

ଏଠାରେ ଆପଣଙ୍କୁ କହି ରଖିବାକୁ ଚହୁଁଛୁ ଯେ, ଏହି ବ୍ୟକ୍ତି ଜଣଙ୍କ ଏକ ଭିଜୁଆଲ ଡିଜାଇନର୍ । ସେ ତାଙ୍କ ଦାଦିଙ୍କୁ ପୁଣି କଥାବାର୍ତ୍ତା କରିବାର ଦେଖିବାକୁ ଚହୁଁଥିଲେ । ଏଥିପାଇଁ ସେ AIର ସାହାରା ନେଇଥିଲେ । କରୋନାରେ ତାଙ୍କ ଦାଦିଙ୍କ ମୃତ୍ୟୁ ହୋଇଯାଇଥିଲା । କିନ୍ତୁ ବ୍ୟକ୍ତି ଜଣଙ୍କ AI ସହାୟତାରେ ଏପରି କରିବାକୁ ଚେଷ୍ଟା କରିଥିଲେ । ଯାହା କିଛି ପ୍ରତିଶତ କାମ ଦେଇଥିଲା ।

ଆର୍ଟିଫିସିଆଲ ଇଣ୍ଟେଲଜେନ୍ସ କ’ଣ?

ଏହା କମ୍ପ୍ୟୁଟର ବିଜ୍ଞାନର ଏକ ଶାଖା । ଯାହାକୁ ବ୍ୟବହାର କରି ମେସିନ ଭିତରେ ମଣିଷର ଭାବିବା ଶକ୍ତି ଏବଂ ନିର୍ଣ୍ଣୟ ନେବା ଶକ୍ତି ବିକଶିତ କରାଯାଏ । ମେସିନକୁ ଏମିତି ତିଆରି କରାଯାଏ ଯେ, ସେ ପୁରାପୁରି ମଣିଷ ଭଳି କାମ କରିଥାଏ ।