spot_img

Latest Posts

୬୬ ବର୍ଷରେ ଏଭରେଷ୍ଟ ବଢିଛି ୮୬ ସେଣ୍ଟିମିଟର

କାଠମାଣ୍ଡୁ: ହିମାଳୟ ପର୍ବତମାଳାର ଉଚ୍ଚତମ ଶୃଙ୍ଖ ଏଭରେଷ୍ଟର ଉଚ୍ଚତା ବୃଦ୍ଧି ପାଇଛି । ୬୬ ବର୍ଷ ପରେ ପୁନଃ ଉଚ୍ଚତା ଆକଳନ ପରେ ଏହା ସ୍ପଷ୍ଟ ହୋଇଛି । ୨୦୧୫ରେ ଆସିଥିବା ଭୂକମ୍ପ ତଥା ପ୍ରାକୃତିକ ବିପର୍ଯ୍ୟୟ ଏହାର କାରଣ ହୋଇଥାଇପାରେ ବୋଲି ଆକଳନ କରାଯାଉଛି । ନେପାଳ ପକ୍ଷରୁ ହୋଇଥିବା ସଦ୍ୟ ଉଚ୍ଚତା ମାପ ପରେ ଏଭରେଷ୍ଟ ଶୃଙ୍ଘର ଉଚ୍ଚତା ୮୮୪୮.୮୬ ମିଟର ବୋଲି ସେଠାକାର ବୈଦେଶିକ ମନ୍ତ୍ରୀ ପ୍ରଦୀପ ଗାୱାଲି ଘୋଷଣା କରିଛନ୍ତି।

୧୯୫୪ ମସିହାରେ ଶେଷଥର ପାଇଁ ଭାରତର ସର୍ଭେ ଅଫ୍‌ ଇଣ୍ଡିଆ ସଂସ୍ଥାନ ପକ୍ଷରୁ ଏଭରେଷ୍ଟ ଶୃଙ୍ଘର ଉଚ୍ଚତା ଆକଳନ କରାଯାଇଥିଲା। ସେତେବେଳେ ଏଭରେଷ୍ଟର ଉଚ୍ଚତା ୮,୮୪୮ ମିଟର ବୋଲି ଭାରତ ପକ୍ଷରୁ ଦର୍ଶାଯାଇଥିଲା। ହେଲେ ନିକଟରେ ଆସିଥିବା ଭୂକମ୍ପ ହେତୁ ଏଭରେଷ୍ଟ ଶୃଙ୍ଘ ଉଚ୍ଚତାରେ ପରିବର୍ତ୍ତନ ଆଶଙ୍କା କରି ନେପାଳ ପକ୍ଷରୁ ଏହି ଉଚ୍ଚତା ମାପ କରାଯାଇଥିଲା । କିନ୍ତୁ ଏହି ଉଚ୍ଚତା କିଏ ମାପ କରିବ ସେ ନେଇ ନେପାଳ ଓ ଚୀନ ଭିତରେ ବିବାଦ ସୃଷ୍ଟି ହୋଇଥିଲା । ପରବର୍ତ୍ତୀ ସମୟରେ ଉଭୟ ନେପାଳ ଓ ଚୀନ ମିଳିତ ଭାବେ ଏହି ଉଚ୍ଚତା ମାପ କରି ମିଳିତ ରିପୋର୍ଟ ପ୍ରକାଶ କରିଛନ୍ତି।

Latest Posts

Don't Miss