ତାଇପେଇରେ ଆମେରିକୀୟ ସାଂସଦ ଟିମ୍‌, ବିରୋଧ କରି ତାତିଲା ଚୀନ

1 min read

ତାଇପେଇ: ତାଇଓ୍ବାନ ଚାରିପଟେ ପୁଣି ସାମରିକ ଡ୍ରିଲ ଆରମ୍ଭ କରିଛି ଚୀନ । ରାଜଧାନୀ ତାଇପେଇରେ ଆମେରିକୀୟ ସାଂସଦଙ୍କ ଏକ ଟିମ୍ ପହଞ୍ଚିଥିବାବେଳେ ଏହାକୁ ବିରୋଧ କରି ଉଗ୍ର ହୋଇଛି ଚୀନ । ଏପରିକି ତାଇଓ୍ବାନ ବିରୋଧରେ ଚୀନ ଯୁଦ୍ଧ ଲାଗି ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ଆମେରିକା ବାଚସ୍ପତି ନାନ୍ସି ପେଲୋସିଙ୍କ ଗସ୍ତ ପରେ ସମରାଭ୍ୟାସ କରିଥିବା ଚୀନ ସାମୟିକ ଭାବେ ବିରତ ରହିଥିଲା ।

ମାତ୍ର ବର୍ତ୍ତମାନ ପୁଣି ଥରେ ତାଇଓ୍ବାନ ଷ୍ଟ୍ରେଟରେ ସମରାଭ୍ୟାସ ଆରମ୍ଭ ହୋଇଛି । ତାଇପେଇ ଗସ୍ତରେ ଆସିଥିବା ଆମେରିକୀୟ ପ୍ରତିନିଧିମଣ୍ଡଳୀ ତାଇଓ୍ବାନ ରାଷ୍ଟ୍ରପତି ସାଇ ଇଙ୍ଗ ଓ୍ବେନଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଆମେରିକା ଓ ତାଇଓ୍ବାନ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି କରିବା ଲାଗି ସହମତି ସୃଷ୍ଟି ହୋଇଥିବା ସୂଚନା ମିଳିଛି । ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ସ୍ଥିରତା ଓ ବିକାଶ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି ।

ଚୀନ ପ୍ରତିରକ୍ଷା ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି- ଯୁଦ୍ଧ ଲାଗି ଚୀନ ପିପୁଲ୍ସ ଲିବରେସନ ଆର୍ମି ପ୍ରସ୍ତୁତ ହେବାରେ ଲାଗିଛି । ଜାତୀୟ ସାର୍ବଭୌମତ୍ବ ରକ୍ଷା  ଲାଗି ଚୀନ ପ୍ରସ୍ତୁତ । ପୁରୁଣା ବନ୍ଧୁ ଏବଂ ଅତୁଟ ସମର୍ଥନ ପାଇଁ ସମାନ ବିଚାରଧାରା ରଖୁଥିବା ସାଂସଦଙ୍କୁ ଧନ୍ୟବାଦ ଜଣାଉଛୁ ବୋଲି କହିଛନ୍ତି ତାଇଓ୍ବାନ ସେନା ।