ଏଲଏସି ହିଂସା: ଚୀନର ଅଭିଯୋଗ,ଭାରତୀୟ ସେନା ଆମ ସୈନିକଙ୍କୁ ହତ୍ୟା କରିଛି

1 min read

ନୂଆଦିଲ୍ଲୀ: ଭାରତ-ଚୀନ ବାସ୍ତବିକ ନିୟନ୍ତ୍ରଣରେଖାରେ ସୋମବାର ରାତିରେ ହୋଇଥିବା ହିଂସାତ୍ମକ ସଂଘର୍ଷରେ ଭାରତୀୟ ସେନାର ଜଣେ ଅଧିକାରୀ ଓ ଦୁଇ ଜଣ ସୈନିକ ସହିଦ ହୋଇଛନ୍ତ । ଏଣେ ଚୀନ ଭାରତ ବିରୋଧରେ ପାଲଟା ଅଭିଯୋଗ ଆଣିଛି । ଚୀନର ଅଭିଯୋଗ ଯେ, ଭାରତୀୟ ସୈନିକ ସୀମା ଉଲ୍ଲଂଘନ କରି ଚୀନ୍ ସୈନିକଙ୍କ ଉପରେ ଆକ୍ରମଣ କରିଥିଲେ ।

ଚୀନର  ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ସୈନିକ ଦୁଇଥର ଅବୈଧ ଭାବେ ଚୀନ ସୀମା ମଧ୍ୟକୁ ପ୍ରବେଶ କରିଥିଲେ । ଏହି ସମୟରେ ଦୁଇ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା । ସେ କହିଛନ୍ତି ଯେ, ଏହା ଦ୍ୱାରା ଦୁଇ ପକ୍ଷ ମଧ୍ୟରେ ଚାଲିଥିବା ବାର୍ତ୍ତା ପ୍ରଭାବିତ ହେବ । ସୀମା ପ୍ରସଙ୍ଗର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଚୀନ୍ ବୈଦେଶିକ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

ଚୀନ ବୈଦେଶିକ ମନ୍ତ୍ରୀଙ୍କ ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ବୟାନ ଅନୁସାରେ ସଂଘର୍ଷକୁ ନେଇ ବେଜିଂ ଭାରତ ସାମ୍ନାରେ ଆପତ୍ତି ରଖିଛି । ଭାରତୀୟ ସେନା ଦ୍ୱାରା ସୀମା ଉଲ୍ଲଂଘନ କିମ୍ବା ଏକପାଖିଆ କାର୍ଯ୍ୟାନୁଷ୍ଠାନ ଉପରେ କଠୋରତାର ସହ ପ୍ରତିବନ୍ଧକ ଲାଗୁ କରିବା ପାଇଁ ସେ ଦାବି କରିଛନ୍ତି ।

ଉଲ୍ଲେଖନୀୟ ଯେ, ଗତ କିଛିଦିନ ଧରି ଭାରତ-ଚୀନ୍ ସୀମାରେ ଦୁଇ ଦେଶର ସୈନିକ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି । ନିକଟରେ ଚୀନ୍ ସେନା ଗଲବାନ ଘାଟିରୁ ପଏଣ୍ଟ୍ ୧୪,୧୫ ଓ ୧୭ରୁ ପଛକୁ ଫେରିବ ବୋଲି ନିଷ୍ପତ୍ତି ହୋଇଥିଲା । ଚୀନ୍ ସୈନିକ ଧିରେ ଧିରେ ପଛକୁ ଫେରୁଥିଲେ ମଧ୍ୟ । କିନ୍ତୁ ସମ୍ପୂର୍ଣ୍ଣ ଭାବେ ପଛକୁ ଫେରିନଥିଲେ ।

ଚୀନ୍ ସେନା ସମ୍ପୂର୍ଣ୍ଣ ଭାବେ ପଛକୁ ଫେରିବ ବୋଲି ଗତକାଲି ନିଷ୍ପତ୍ତି ନିଆଯାଇଥିଲା । ବୁଝାମଣା ପରେ ଚୀନ୍ ସେନା ଯେତେବେଳେ ପଛକୁ ଫେରିବାକୁ ମନା କରିଦେଲା ସେତେବେଳେ ଦୁଇ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା । ସଂଘର୍ଷରେ ଭାରତୀୟ ସେନାର ଜଣେ ବରିଷ୍ଠ ଅଧିକାରୀ ଓ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି । ଚୀନ ପଟୁ କୌଣସି ସୈନିକଙ୍କ ହତାହତ ସମ୍ପର୍କିତ ସୂଚନା ମିଳିନାହିଁ ।

 

Leave a Reply