spot_img

Latest Posts

ପୁଣି ସାମ୍ନାକୁ ଆସିଲା ଚୀନର ଅସଲି ଚେହେରା, ଭାରତକୁ ଦେଲା ଏମିତି କିଛି ଧମକ

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମା ବିବାଦ ନେଇ ଭାରତ ଶାନ୍ତି ଚାହୁଁଥିବା ବେଳେ ଚୀନ୍ ସରକାରୀ ଗଣମାଧ୍ୟମ ଭାରତକୁ ଧମକ ଦେଇଛି । ଚୀନ୍ ସରକାରଙ୍କ ମୂଖପାତ୍ର କୁହାଯାଉଥିବା ଖବରକାଗଜ ଗ୍ଲୋବାଲ୍ ଟାଇମ୍ସ୍ ଭାରତକୁ ଚେତାବନୀ ଦେଇଛି । ଭାରତ ଯଦି ଯୁଦ୍ଧକୁ ଚୟନ କରେ, ତେବେ ତାହା ଭାରତ ପାଇଁ ଆତ୍ମହତ୍ୟା ସଦୃଶ ହେବ ବୋଲି ଗ୍ଲୋବାଲ୍ ଟାଇମ୍ସ୍ ଚେତାବନୀ ଦେଇଛି ।

ସୀମା ବିବାଦକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ ପାଇଁ ଗୋଟିଏ ପଟେ ଚୀନ୍ ସଫେଇ ଦେଉଥିବା ବେଳେ, ଏହାର ସରକାରୀ ଗଣମାଧ୍ୟମର ଏପରି ଚେତାବନୀ ଚୀନ୍ ଚେହେରାକୁ ପଦାରେ ପକାଇଛି  । ଗୋଚିଏ ପଟେ ଚୀନ୍ ଶାନ୍ତି ପ୍ରସ୍ତାବ ଦେଉଥିବାବେଳେ ଅନ୍ୟପଟେ ଗଣମାଧ୍ୟମରେ ଧମକ ଦେବା ଚୀନର ଦୋପାଖିଆ ନୀତିକୁ ସାମ୍ନାକୁ ଆଣିଛି ।ଅନ୍ୟପଟେ ଚୀନ୍ ବିଶେଷଜ୍ଞମାନେ ମଧ୍ୟ ଭାରତକୁ ଧମକ ଦେବାରେ ଲାଗିଛନ୍ତି । ସେମାନେ କହିଛନ୍ତି, ଭାରତକୁ ଏକ ସମୟରେ ଚୀନ୍, ପାକିସ୍ତାନ ଓ ନେପାଳ ସହିତ ଯୁଦ୍ଧ କରିବାକୁ ପଡ଼ିବ । ଫଳରେ ଭାରତକୁ ତିନୋଟି ଫ୍ରଣ୍ଟ୍ ରେ ଯୁଦ୍ଧ କରିବାକୁ ପଡ଼ିବ  । ଯାହାକି ଭାରତ ପାଇଁ ସହଜ ହେବ ନାହିଁ  ।

କେବଳ ଚୀନ୍ ସରକାରୀ ଗଣମାଧ୍ୟମ କି ବିଶେଷଜ୍ଞ ନୁହେଁ, ସାଂଘାଇ ଏକାଡ଼େମୀ ଅଫ୍ ସୋସିଆଲ୍ ସାଇନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟରନ୍ୟାସନାଲ୍ ରିଲେସନସିପର ଅନୁଧ୍ୟାନକାରୀମାନେ ମଧ୍ୟ ଭାରତକୁ ଯୁଦ୍ଧ ପାଇଁ ଧମକ ଦେଇଛନ୍ତି  । ସେମାନେ କହିଛନ୍ତି, ପଡ଼ୋଶୀଙ୍କ ସହିତ ଭାରତର ସମ୍ପର୍କ ଭଲନାହିଁ  । ଏହା ସହିତ ଦେଶରେ କରୋନା ସଂକ୍ରମଣ ସମୟରେ ଭାରତ ଯଦି ଯୁଦ୍ଧ ନିଷ୍ପତି ନେବ ତାହେଲେ ତାହା ଭାରତ ପ୍ରତି ଭୟଙ୍କର ହେବ।

ତେବେ ବଡ଼ କଥା ହେଲା, ଚୀନ୍ ସରକାର ଶାନ୍ତି ପାଇଁ କଥାବାର୍ତ୍ତା ହେଉଥିବା ବେଳେ, ତାଙ୍କ ଦେଶର ଗଣମାଧ୍ୟମ ଓ ଗବେଷକ ମାନଙ୍କର ଧମକ ଚୀନର ଅସଲ ଚେହେରାକୁ ପଦାରେ ପକାଇଛି  ।

Latest Posts

Don't Miss