spot_img

Latest Posts

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ

ଖୋର୍ଦ୍ଧା: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ। ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ। ସାକ୍ଷୀଙ୍କୁ ପ୍ରଭାବିତ ନକରିବା ସହ ରହିଛି ଏକାଧିକ ସର୍ତ୍ତ। ଜାମିନ ଦେବାକୁ ତଳ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ତଳ କୋର୍ଟରେ ହାଜର ହୋଇ ଜାମିନରେ ଯିବାକୁ ନିର୍ଦ୍ଦେଶ ମିଳିଛି। ବାଲୁଗାଁ ଆକ୍ରମଣ ଘଟଣାରେ ଗିରଫ ହୋଇଥିଲେ ପ୍ରଶାନ୍ତ। ବିଜେପି ମଣ୍ଡଳ ସଭାପତିଙ୍କୁ ଆକ୍ରମଣ ନେଇ ପ୍ରଶାନ୍ତଙ୍କୁ ବାନ୍ଧିଥିଲା ପୋଲିସ। ଏହାପରେ ବିଶୃଙ୍ଖଳିତ ନେତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଶାନ୍ତଙ୍କୁ ଦଳରୁ ନିଲମ୍ବନ କରିଥିଲା ବିଜେଡି ।

ବାଲୁଗାଁ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଗଣ୍ଡଗୋଳ ହୋଇଥିବା ଅଭିଯୋଗ ହୋଇଥିଲା । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସିରେ ଆୟୋଜିତ ଆବାସ ଯୋଜନା ବଣ୍ଟନ କାର୍ଯ୍ୟକ୍ରମରେ ଅଶାନ୍ତି ସୃଷ୍ଟି ହୋଇଥିଲା । ମୁହାଁମୁହିଁ ହୋଇଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଓ ବାଲୁଗାଁ ବିଜେପି ନଗରମଣ୍ଡଳ ସଭାପତି ନିରଞ୍ଜନ ସେଠୀ । କୌଣସି ଏକ କଥାକୁ ନେଇ କାର୍ଯ୍ୟାଳୟ ସାମ୍ନାରେ ଦୁଇ ନେତାଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଉଭୟ ନିୟନ୍ତ୍ରଣ ହରାଇ ହାତାହାତି ହୋଇଥିଲେ ।

Latest Posts

Don't Miss