spot_img

Latest Posts

ଚିଲିକାରେ ଚାଲିଛି ପକ୍ଷୀ ଗଣନା, ୨୧ଟି ଟିମ୍ ସାମିଲ

ଚିଲିକା : ଚିଲିକାରେ ଚାଲିଛି ପକ୍ଷୀ ଗଣନା। ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ ୨୧ଟି ଟିମ ପକ୍ଷୀ ଗଣନାରେ ସାମିଲ ହୋଇଛନ୍ତି। ୧୯ଟି ଟିମ ଜଳପଥରେ ଓ ଅନ୍ୟ ୨ଟି ଟିମ ସ୍ଥଳ ଭାଗରେ ପକ୍ଷୀଗଣନାରେ ନିୟୋଜିତ ହୋଇଛନ୍ତି। ପକ୍ଷୀ ଗଣନା ପାଇଁ ଚିଲିକାକୁ ୫ଟି ଜୋନରେ ବିଭକ୍ତ କରାଯାଇଛି l ଟାଙ୍ଗି ଜୋନରେ ୮ଟି ଟିମ୍, ବାଲୁଗାଁରେ ୬ଟି, ସାତପଡ଼ାରେ ୪ଟି, ରମ୍ଭାରେ ୨ଟି, ଚିଲିକାରେ ଗୋଟିଏ ଟିମ ନିୟୋଜିତ ହୋଇଛନ୍ତି। ପ୍ରତିବର୍ଷ ଭଳି ଏଥର ମଧ୍ୟ ଗଣନା କାର୍ଯ୍ୟରେ ଜିପିଏସ, ବାଇନାକୁଲାର, ସ୍ପୋଟିଂ ସ୍କୋପ, ୱାକିଟକି, କ୍ୟାମେରା, ନୋଟ ବୁକ ଆଦି  ବ୍ୟବହାର କରାଯାଇଛି। ପକ୍ଷୀ ଗଣନାରେ ବମ୍ବେ ନାଚୁରାଲ ହିଷ୍ଟ୍ରି ଅଫ ସୋସାଇଟି, ଓଡିଶା ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଓୟୁଏଟି ଛାତ୍ରଛାତ୍ରୀ, ପକ୍ଷୀ ବିଶେଷଜ୍ଞ, ପକ୍ଷୀ ସୁରକ୍ଷା ସମିତିର ସଦସ୍ୟମାନେ ସାମିଲ ହୋଇଛନ୍ତି l ପକ୍ଷୀ ଗଣନା ସମୟରେ ଚିଲିକାରେ ମସ୍ୟଜୀବୀ ଓ ଯାତ୍ରୀବାହୀ ଡଙ୍ଗା ଚଳାଚଳକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି l ଗତ ବର୍ଷ ଚିଲିକାରେ ମୋଟ ୧୮୭ଟି ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ଟି ଦେଶୀ ଓ ବିଦେଶୀ ପକ୍ଷୀ ଚିଲିକାକୁ ଆସିଥିଲେ l

Latest Posts

Don't Miss