ଛୁଟିରେ ବି ପିଲା ପଢ଼ିବେ ପାଠ, ଖରା ଛୁଟିରୁ ଆରମ୍ଭ ହେବ ଅବକାଶକାଳୀନ ଶିକ୍ଷା

ଭୁବନେଶ୍ୱର: ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଆରମ୍ଭ କରିବେ ଅବକାସକାଳୀନ ଶିକ୍ଷା । ମେ ମାସ ୪ ତାରିଖରୁ ହେଉଥିବା ଖରା ଛୁଟିରୁ ଏହି ଅବକାଶକାଳୀନ ଶିକ୍ଷା ଆରମ୍ଭ ହେବ । ଏଥିପାଇଁ ସ୍ବତନ୍ତ୍ର ସିଲାବସ କରାଯାଇଛି । କ୍ଲାସର ଛାତ୍ରଛାତ୍ରୀଙ୍କୁ ନେଇ ଗ୍ରୁପ କରାଯାଇଛି । ପ୍ରତି ଗ୍ରୁପର ମନିଟର କରିବେ ଜଣେ ଶିକ୍ଷକ । ଅବକାଶକାଳୀନ ସିଲାବସ ଅନୁସାରେ କେତେ ପାଠ ଛାତ୍ରଛାତ୍ରୀ ପଢ଼ିଛନ୍ତି, ସେନେଇ ଫୋନରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ଶିକ୍ଷକ । ଛୁଟିରେ ଶିକ୍ଷା ସହ ଜଡ଼ିତ ରହିବା ସହ ସମୟ ଯେପରି ନଷ୍ଟ ନହେବ, ସେଥିପାଇଁ ଗୁରୁତ୍ବ ଦିଆଯାଇଛି ।