ୟୁକ୍ରେନ ଯୁଦ୍ଧର ହୃଦୟ ବିଦାରକ ଚିତ୍ର, କୁନି ଶିଶୁ ପିଠିରେ ମା’ ଲେଖିଦେଲା…
1 min readକିଭ୍: ଥମୁନି ୟୁକ୍ରେନ୍ ଯୁଦ୍ଧ । ଅଶାନ୍ତ ହୋଇ ପଡ଼ିଛି ପୂରା ଦେଶ । ସବୁଠି ହାହାକାର ଆଉ ମୃତ୍ୟୁର ବିଭୀଷିକା । ଏଠି ସ୍ୱପ୍ନ ଧୂଳିସାତ୍ ହୋଇ ଯାଇଛି, ଆଉ ଆତ୍ମୀୟ ପଥହରା । ରାସ୍ତା ଉପରେ ଶବ ହିଁ ଶବ । ଏଭଳି ସ୍ଥିତିରେ ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଚିତ୍ର । ଚିତ୍ରରେ ଡାଇପର ପିନ୍ଧିଥିବା ଏକ କୁନି ଶିଶୁ ନଜର ଆସିଛି । ନା ବେରା ମକୋବି । ପିଠିରେ ଲେଖା ହୋଇଛି ନା ଏବଂ ନମ୍ବର । ଯାହା କୁନି ଶିଶୁଟିର ବେସାହାର ମା’ ଲେଖିଛି । ଏହାର ଏକମାତ୍ର କାରଣ ହେଉଛି ମୃତ୍ୟୁର ଭୟ । ଯଦି ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଜୀବନ ଚାଲିଯାଏ, ତେବେ ପିଲାଟିର ପରିଚୟ ମିଳିବାରେ ସହଜ ହେବ ।
ସାଶା ତିନି ଦିନ ପୂର୍ବରୁ ତାଙ୍କ ଝିଅର ଫଟୋ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଥିଲେ । ସାଶା ଏହି ପୋଷ୍ଟ ମାଧ୍ୟମରେ ହୃଦୟର ବେଦନାକୁ ଦେଖାଇବାକୁ ଚାହିଁଛନ୍ତି । ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ସେ ତାଙ୍କ ଝିଅ ପିଠିରେ ଗୋଟି ଗୋଟି କରି ସବୁ ଲେଖି ଦେଇଛନ୍ତି । ତେବେ କେବଳ ସାଶା କାହିଁକି ନିଜେ ନହେଲା ନାହିଁ ନିଜ ପିଲାଙ୍କ ଜୀବନ ବଞ୍ଚାଇବାକୁ ୟୁକ୍ରେନର ପ୍ରତ୍ୟେକଟି ମା’ କିଛି ଏଭଳି ନିଷ୍ପତ୍ତି ନେଉଛନ୍ତି ।
View this post on Instagram
ଏକ ସପ୍ତାହ ପୂର୍ବରୁ ୟୁକ୍ରେନର ଜପୋରିଜିୟାରେ ଏହିଭଳି ଏକ କାହାଣୀ ସାରା ବିଶ୍ୱ ସାମ୍ନାରେ ଚିତ୍ରିତ ହୋଇଥିଲା । ୧୧ ବର୍ଷୀୟ ଝିଅର ଜୀବନ ବଞ୍ଚାଇବା ପାଇଁ ଜୁଲିୟା ପେସେକା ନାମକ ଜଣେ ମହିଳା ଝିଅକୁ ଅନ୍ୟ ଦେଶକୁ ପଠାଇ ଦେବାକୁ ଶ୍ରେୟ ମନେ କରିଥିଲେ । ନିଜ ଜୀବନକୁ ପାଣି ଛଡ଼ାଇ ଝିଅକୁ ଟ୍ରେନରେ ଛାଡ଼ିଦେଲେ, ଆଉ ହାତରେ ଲେଖିଦେଲେ ସମ୍ପର୍କୀୟଙ୍କ ମୋବାଇଲ ନମ୍ବର । ୧ ହଜାର ରାସ୍ତା ଅତିକ୍ରମ କରି ସ୍ଲୋଭାକିଆରେ ପହଞ୍ଚିଲେ ହସନ ।
ଗତ କିଛ ଦିନ ପୂର୍ବରୁ ୟୁକ୍ରେନର ଜଣେ ବଡ଼ ଅଧିକାରୀ ଋଷ୍ ସୈନ୍ୟଙ୍କ ଉପରେ ପିଲାଙ୍କୁ ହ୍ୟୁମାନ ଶିଲ୍ଡ ଭଳି ବ୍ୟବହାର କରାଯାଉଥିବା ଅଭିଯୋଗ ଆଣିଥିଲେ । କେବଳ ସେତିକି ନୁହେଁ ବରଂ ଋଷ୍ ସୈନିକ ୟୁକ୍ରେନ୍ ମହିଳାଙ୍କୁ ଦୁଷ୍କର୍ମ ଏବଂ ନିର୍ଯାତନା ଦେଉଥିବା ଅଭିଯୋଗ ମଧ୍ୟ ଆଣିଥିଲେ ।