ଟିକା ନେବେ ଛୋଟ ପିଲା, ଜୁଲାଇ ଶେଷ ଆଡ଼କୁ ମିଳିପାରେ
ନୂଆଦିଲ୍ଲୀ: ଦେଶରେ ଜୋରଦାର ଚାଲିଛି ଚିକାକରଣ ପକ୍ରିୟା । ୧୮ରୁ ୪୪ ବର୍ଷ ବୟସ୍କ ହୁଅନ୍ତୁ ଅବା ୪୫ ରୁ ଉର୍ଦ୍ଧ୍ୱ । ପ୍ରତିଦିନ ବ୍ୟାପକତ ଭାବେ ଟିକାକରଣ ପକ୍ରିୟା ଆଗେଇଥିବାବେଳେ ଆଗକୁ ଛୋଟ ପିଲାଙ୍କୁ ଟିକା ଦେବା ନେଇ ବିଚାର ବିମର୍ଶ କରୁଛନ୍ତି ଭାରତ ସରକାର । ୧୨ରୁ ୧୮ ବର୍ଷ ଭିତରେ ପିଲାଙ୍କୁ ଦିଆଯିବ ଟିକା । ଜୁଲାଇ ଶେଷ ଆଡକୁ ଏବି ବୟସର ପିଲାଙ୍କୁ ଟିକାକରଣରେ ଯୋଡ଼ିବାକୁ ପକ୍ରିୟା ଆରମ୍ଭ କରିବେ ସରକାର ।
ଜାଇଡସ କାଡିଲା ଟିକା ପରୀକ୍ଷଣ ବର୍ତ୍ତମାନ ଜାରି ରହିଛି । ସେପଟେ ବିଳମ୍ବରେ ଆସିପାରେ କରୋନାର ତୃତୀୟ ଲହର । ଆସନ୍ତା ୬ରୁ ୮ ମାସରେ ଭିତରେ ଟିକାକରଣ ବ୍ୟାପକ କରିବାକୁ ପଡିବ । ଯେତିକି ପ୍ରତିଶତ ଟିକାକରଣ ପ୍ରତିଦିନ ଚାଲିଛି । ତାହାକୁ ବ୍ୟାପକ କରିବାକୁ ପଡ଼ିବ ବୋଲି କହିଛନ୍ତି କୋଭିଡ ଓ୍ବାର୍କିଂ ଗ୍ରୁପ ଅଧ୍ୟକ୍ଷ । ପ୍ରତିଦିନ ଏକ କୋଟି ଟିକାକରଣ କରିବାକୁ ସରକାର ଲକ୍ଷ୍ୟ ରହିଛି ବୋଲି କୋଭିଡ ଓ୍ବାର୍କିଂ ଗ୍ରୁପ ଅଧ୍ୟକ୍ଷ ଏନ କେ ଆରୋରା ସୂଚନା ଦେଇଛନ୍ତି ।